-+91-9937148622 |
prerana_bgr@rediffmail.com |
Wednesday 25th March 2026 |
R.N.I. Regd No. ODIODI/2010/46693
Breaking News
02-Mar-2023
ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବିଶିପଡା ୫ଟି ମଡେଲ ପରମେଶ୍ୱରୀ ହାଇସ୍କୁଲରେ ବର୍ଷାଜଳ ସଂଗ୍ରହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବକେନ୍ଦ୍ର ସୋନପୁର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ କେଶବ କୁମାର ଦାସ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସତ୍ୟବାନ ବିଶି, ମାନଭଞ୍ଜନ ପାଢୀ ଯୋଗଦେଇ ବର୍ଷାଜଳ ସଂଗ୍ରହ ଉପରେ ଆଲୋଚନା କରିଥିଲେ । ଏହି ଅବଶରରେ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶ୍ନୋତର କାର୍ଯ୍ୟକ୍ରମ କରିବା ସହ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବରେ ଚନ୍ଦ୍ରିକା ଦେହେରୀ, ରାକେଶ ସେଠି ଓ ପ୍ରିୟଙ୍କା ପ୍ରିୟଦର୍ଶନୀ ପଣ୍ଡାଙ୍କ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଶ୍ରୀଯୁକ୍ତ ବିଶି କାର୍ଯ୍ୟକ୍ରମ ପରିଚାଲାନ କରିଥିବା ବେଳେ ସ୍ୱେଚ୍ଛାସେବୀ ହୃଷିକେଶ ଦେହେରୀ ସ୍ୱାଗତ ଭାଷଣ ଦେଇଥିଲେ ।