-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ବିଧାନସଭାକାଳରେ ବଲାଙ୍ଗୀର ଆଦିବାସୀହଷ୍ଟେଲରେ ଯୌନକେଳେଙ୍କାରୀ  ! ନବମଶ୍ରେଣୀ ଛାତ୍ରୀ ଗର୍ଭବତୀ  :  ଯୁବକ ଥାନାରେ ଅଟକ  ଡିଡବ୍ଲୁଓଙ୍କ ହାତଚିକ୍କଣ ଓ ତ୍ରୁଟିପୂର୍ଣ୍ଣ ପ୍ରଶାସନ ଦାୟୀ 

28-Feb-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) କିଛିବର୍ଷ ତଳେ ବଲାଙ୍ଗୀର ଜିଲ୍ଲାର କେତେକ ଆଦିବାସୀ ବିଭାଗର ଆବାସିକ ସେବାଶ୍ରମସ୍କୁଲ୍ ବା ଆଶ୍ରମସ୍କୁଲରେ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ଅବୈଧ ଗର୍ଭବତୀ ହୋଇଥିବା ଘଟଣା ଚହଳ ପକାଇଥିବା ପରେ ସଂପ୍ରତି ସେହିଭଳି ଏକ ଘଟଣା ଲୋକଲୋଚନକୁ ଆସିବାରୁ ଚାଞ୍ଚଲ୍ଯ ସୃଷ୍ଟି କରିଛି ।  ଗତକାଲି ସମ୍ପୃକ୍ତା ନବମଶ୍ରେଣୀର ଛାତ୍ରୀଜଣକର ଅବୈଧ ଗର୍ଭପାତ ଉଦ୍ୟମ ଯୋଗୁଁ ଜୀବନ ସଂକଟାପର୍ଣ ହୋଇପଡିବାରୁ ତାକୁ ବାଧ୍ୟହୋଇ ଭୀମଭୋଇ ମେଡିକାଲ କଲେଜର ହାସପାତାଳରେ ଭର୍ତ୍ତି କରାଯାଇଛି । ତେବେ ଏହି କାଣ୍ଡକାରଖାନା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇପଡିଥିବା ବେଳେ ଫୋନ୍ ବନ୍ଦ ହେବା ସହ ଅଫିସ୍ ରେ ଅନୁପସ୍ଥିତ ରହିବା କାରଣରୁ  ସ୍କୁଲ୍ ର ପ୍ରଧାନସେବକ ଓ ଡିଡବ୍ଲୁଓଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ଅଭିଯୋଗ ଅନୁଯାୟୀ , ଘଟଣାଟିକୁ ଚପାଇ ଭିନ୍ନମୋଡ ଦିଆଯିବାକୁ ଉଦ୍ୟମ ହେଉଛି ।   ବିଶ୍ବସ୍ତ ସୂତ୍ରରୁ ସଦରଥାନା ଅଞ୍ଚଳର ଚୂଡାପାଲି ଆଶ୍ରମସ୍କୁଲରେ ଏହା ଘଟିଥିବା ପ୍ରକାଶ ।

ତେବେ ଏଥରେ ସେହି ସ୍କୁଲ୍ ହଷ୍ଟେଲର ଜଣେ ଯୁବଛାତ୍ର ଜଡିତ ଥିବା କୁହାଯାଉଥିବାବେଳେ ଛାତ୍ରୀଙ୍କ ଠାରୁ ତାଙ୍କ ଗ୍ରାମର ଜଣେ ଯୁବକଙ୍କୁ ଏଥିରେ ଦାୟୀ ସଜାଇ ଦିଆଯାଇ ଘଟଣାଟିକୁ ଭିନ୍ନମୋଡ ଦିଆଯାଇଥିବା ଅଭିଯୋଗରୁ ପ୍ରକାଶ  ।  ଏଥିରେ ଉକ୍ତ ହଷ୍ଟେଲର ମେଟ୍ରନ୍ , ଅନ୍ୟାନ୍ୟ ଶିକ୍ଷକ / ଶିକ୍ଷୟିତ୍ରୀ , ପ୍ରଧାନସେବକ ଓ ଖୋଦ୍ ଜିଲ୍ଲା କଲ୍ୟାଣ ଅଧିକାରୀ ଭଲଭାବରେ ଅବଗତ ଥାଇ ସେମାନଙ୍କ ସମ୍ପୂର୍ଣ୍ଣ ଜ୍ଞାତସାରରେ ଏଭଳି ଭିନ୍ନମୋଡ ରଚନା କରାଯାଇଥିବା ପ୍ରକାଶ ।

ଏ ସମ୍ପର୍କରେ ପୁଲିସ୍ ପୋସ୍କୋ ଆଇନବଳରେ ଏକ ମାମଲା ଋଜୁ କରି ତଦନ୍ତ କରୁଥିବା ବଲାଙ୍ଗୀର ଏସଡିପିଓ ତୋଫାନ୍ ବାଗ କହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲାବେଳେ , ପ୍ରକୃତ ଦୋଷୀ ଛାତ୍ରକୁ ଖସାଇ ଦିଆଯିବାକୁ ଏହା ଏକ ଷଡଯନ୍ତ୍ର ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଓ ଚର୍ଚ୍ଚାରୁ ପ୍ରକାଶ । 

ଆହୁରି ମଧ୍ୟ , ଓଡିଶାର ସରକାରୀସ୍କୁଲ୍ ଗୁଡିକରେ ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ସଂଖ୍ୟା ସର୍ବାଧିକ ବୋଲି ଚଳିତ ବିଧାନସଭା ଖବରରୁ ପ୍ରକାଶ ପାଇଥିବାବେଳେ , ଆଦିବାସୀ ଅଞ୍ଚଳର ଓ ଆଦିବାସୀବିଭାଗୀୟ ଆବାହିକ ସ୍କୁଲ୍ ରେ ମିଥ୍ୟା ଉପସ୍ଥାନ ପକାଯାଇ ମେସ୍ ଖର୍ଚ୍ଚରୁ ନିୟମିତ ବାଟମାରଣା ଅବ୍ୟାହତ ରହିଛି । ଏଭଳି ଦୁର୍ନୀତିରୁ ଡିଡବ୍ଲୁଓଙ୍କ ହାତଚିକ୍ଣଣ ହେଉଥିବାରୁ ସେ ଜିଲ୍ଲାର ସ୍କୁଲ୍ ଓ ହଷ୍ଟେଲରେ ଚାଲୁଥିବା ଅନିୟମିତତା ଓ ଏଭଳି କେଳେଙ୍କାରୀକୁ ନଜରଅନ୍ଦାଜ୍ କରିଆସୁଥିବା ପୂର୍ବରୁ ଅଭିଯୋଗ ପ୍ରକାଶ ପାଇ ଆସୁଛି । ଏଣୁ ଏହି ଘଟଣାର ଗୁରୁତ୍ବକୁ ଅନୁଭବ କରି ସରକାର ଏହାର ଏକ ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଲୋକେ ଦାବି କରିଛନ୍ତି । ଜିଲ୍ଲା କଲ୍ୟାଣ ଅଧିକାରୀ ଅଲେଖ ବିଶ୍ବାଳ ଓ ତାଙ୍କ ଦପ୍ତରର କେତେକ ପୁରୁଣାମୂଷାଙ୍କ ସମେତ ଜିଲ୍ଲାର ବିଭିନ୍ନ ସେବାଶ୍ରମସ୍କୁଲ୍ , ଆଶ୍ରମସ୍କୁଲ , ଆଦିବାସୀକଲେଜ ଓ ହଷ୍ଟେଲର ଛାତ୍ରଛାତ୍ରୀଙ୍କ ଦାୟିତ୍ୱରେ ରହିଥିବା ମେଟ୍ରନ୍ ବା କର୍ମଚାରୀଙ୍କ ଆଚରଣ ଓ କାର୍ଯ୍ୟକଳାପ ପ୍ରତି ତୀକ୍ଷ୍ଣନଜର ରଖିବାକୁ ଦାବି ହେଉଛି । ବଲାଙ୍ଗୀରଜିଲ୍ଲାର ଆଦିବାସୀହଷ୍ଟେଲର ଏହି ଯୌନକେଳେଙ୍କାରୀ ସହିତ ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ସରକାର ସଚେତନ ରହିବାକୁ ବିରୋଧୀଦଳଗୁଡିକ ବିଧାନସଭାରେ ଉଠାବା ଉଚିତ୍ ବୋଲି ଜନମତ ପ୍ରକାଶ ପାଇଛି ।
 ଅନୁସନ୍ଧାନରୁ ପ୍ରକାଶ ଯେ , ଉକ୍ତ ନବମଶ୍ରେଣୀର ଛାତ୍ରୀଟି ପାଟଣାଗଡ ବ୍ଲକ୍ ର ମାୟାବର୍ହା ଗ୍ରାମର ଓ ଅଟକ ଯୁବକ ଜଣକ ମଧ୍ୟ ସେହି ଗ୍ରାମର । ତେବେ ଗତ ୨୧ ତାରିଖରେ ଜଣେ ବାହାରର ଯୁବକ ଉକ୍ତ ହଷ୍ଟେଲ ଭିତରକୁ ପଶି ଜଣେ ଛାତ୍ରକୁ ଲୁହାଚେନ୍ ରେ ପିଟିଥିବା ଓ ଏସମ୍ପର୍କରେ ଥାନାରେ ମଧ୍ୟ ସ୍କୁଲ୍ ପକ୍ଷରୁ ଏକ ଏତଲା ଦିଆଯାଇଥିବା ଜଣାଯାଇଛି । ତେବେ ଉକ୍ତ ଘଟଣା ସହିତ ଏହି ଯୌନକେଳେଙ୍କାରୀର ସମ୍ପର୍କ ରହିଛି କି ନାହିଁ , ଅନୁସନ୍ଧାନ ସାପେକ୍ଷ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like