-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
06-Dec-2020
(ପ୍ରେରଣା ଖବର) ଭୁବନେଶ୍ୱର: ପୋଢୁଆଁ ହେବେ କାଳିଆ ଦିଅଁ। କୋଭିଡ୍-୧୯ କଟକଣା ଭିତରେ ନିଆଳିର ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ନବବସ୍ତ୍ର ଓ ଅଷ୍ଟମୀ ଭାର ଯିବ । ମାର୍ଗଶିର ମାସ କୂଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳିଆ ଦିଅଁ ପୋଢୁଆଁ ହେବେ। ଏହି ଅବସରରେ ମହାପ୍ରଭୁ ନୂଆ ବସ୍ତ୍ର ପିନ୍ଧିବେ, ସୂତନ୍ତ୍ର ଭୋଗ ଲାଗି ହେବ।କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର। ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଥିବା ବେଳେ ଗତ କିଛି ବର୍ଷ ଧରି ଏହି ପ୍ରଥା ବନ୍ଦ ରହିଥିଲା। ଗତ ବର୍ଷ ପ୍ରଥମ କରି ମାଧବ ମନ୍ଦିର ପ୍ରଶାସନ, ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀ ପରମ୍ପରାକୁ ପୁନଃ ପ୍ରଚଳନ ଉଦ୍ୟମ ଆରମ୍ଭ କରି ପୋଢୁଆଁ ଭାର ନେଇ ଶ୍ରୀମନ୍ଦିର ଯାଇଥିଲେ।ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ପୁରୀ ଯିବାକୁ ମାଧବାନନ୍ଦଜିଉ ବିକାଶ ପରିଷଦ ସ୍ଥିର କରିଛି। ମନ୍ଦିର ସେବାୟତ ଏବଂ ବିକାଶ ପରିଷଦର ସଦସ୍ୟ ଏହି ଭାର ସହିତ ପୁରୀ ଗସ୍ତ କରିବେ ବୋଲି ଜଣାପଡିଛି।