-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
22-Feb-2023
ବଲାଙ୍ଗିର (ପ୍ରେରଣା ଖବର )ଭାରସାମ୍ୟ ହରାଇ ବାଇକ୍ ଚାଳକ ଦୁର୍ଘଟଣାଗ୍ରସ୍ତ , ଏପରି କିଛି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗାଁ ରେ l ସୂଚନାରୁ ପ୍ରକାଶ ଯେ ଆଜି ଏହି ଗାଁ ର ଆନନ୍ଦ ମହାନନ୍ଦ(୨୬) ବାଇକ୍ ରେ ଯାଉଥିବା ବେଳେ ଖୁଣ୍ଟି ଗୋରା ଛକ ନିକଟରେ ବାଇକ୍ ଟି ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲା l ବାଇକ୍ ରୁ ପଡି ଆନନ୍ଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି l ଗୁରୁତର ଅବସ୍ଥାରେ ଆନନ୍ଦଙ୍କ ୧୦୮ ଆମ୍ବୁଲାନ୍ସ ରେ ଅଣାଯାଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତି କରାଯାଇଛି l