-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
21-Feb-2023
ବଲାଙ୍ଗିର(ପ୍ରେରଣା ଖବର ): ଆଜି ସ୍ଥାନୀୟ ଯାଦବ ଭବନ ଠାରେ ତହଁକ୍ ସାହିତ୍ୟ କୁଟୁମ ତରଫରୁ ବିଶ୍ବ ମାତୃଭାଷା ଦିବସ ଉଧେ ପ୍ରାଥମିକ ଶିକ୍ଷାରେ ମାତୃ ଭାଷାର ଆବଶ୍ୟକତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଯାଇଅଛି। କବି ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କୋଶଳୀ କବି ଗବେଷକ ରାମଭକ୍ତ ଫରିକାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୋଶଳୀ ଭାଷା ସୁରକ୍ଷା ପାଇଁ ରକ୍ତ ଦେବାକୁ ପଡ଼ିବ ବୋଲି ମତ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ଯୋଗଦେଇ ଭାଷା ବଞ୍ଚିବାକୁ ହେଲେ ପ୍ରଶାସନିକ ଓ ଶିକ୍ଷା କ୍ଷେତ୍ରରେ ବ୍ୟବହାର କରିବାକୁ ପଡ଼ିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ କବି ମଧୁସୂଦନ ନାୟକ ଯୋଗଦେଇ ଭାଷା ବଞ୍ଚିଲେ ସଂସ୍କୃତି ବଞ୍ଚେ ବଳି କହିଥିଲେ । ତହଁକ୍ ସମ୍ପାଦକ ରାଜେଶ୍ ଦଣ୍ଡସେନା ସ୍ଵାଗତ ଭାଷଣ ଦେଇଥିବା ବେଳେ ଯୁବକବି ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସାମ୍ବାଦିକ ମୁକେଶ ବହିଦାର, ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା, ସାମ୍ବାଦିକ ଅରୁଣ ମିଶ୍ର, ଗବେଷିକା ସୀମାରାଣି ରଥ, ଗୀତିକାର କପିଳେଶ୍ୱର ଖମାରୀ, ଉଦଘୋଷିକା ମାନସୀ ସାହୁ, ଧର୍ମେନ୍ଦ୍ର ପଧାନ୍,ସୋନାଲି ପାଢ଼ୀ, କବି ଉମେଶ ବିଶ୍ଵାଳ, ରଶ୍ମି ପାତ୍ର, ଶୁଭ୍ରାଂଶୁ ପଣ୍ଡା ଯୋଗଦେଇ କୋଶଳୀ ଭାଷା ଉପରେ ନିଜ ମତ ରଖିଥିଲେ । ଶେଷରେ ସଂଗଠକ ପ୍ରଶାନ୍ତ ମହାକୁଡ ଧନ୍ୟବାଦ୍ ଅର୍ପଣ କରିଥିଲେ ।