-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
21-Feb-2023
ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନ ଭାଟିର ପବିତ୍ର ଶୁକତେଲ ନଦୀ କୂଳରେ ୧୦୮ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି l ୨୨.୦୨.୨୦୨୩ ବୁଧବାର ସକାଳ 10.00 ଟା ସମୟରେ ଭକ୍ତମାନଙ୍କ ଦ୍ୱାରା ମହା ସମାବେଶରେ କଳସ ଯାତ୍ରା ହେବ l ସନ୍ଧ୍ୟା ୫.୩ ରେ ନାମାରମ୍ଭର କାର୍ଯ୍ୟକ୍ରମ ରହିଛି l ଏହା ୮.୦୩.୨୦୨୩ପର୍ଯ୍ୟନ୍ତ ଚାଲିବ l ଏହି ନାମ ଯଜ୍ଞରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ବଛା ବଛା ୮୪ ଟି ସଂକୀର୍ତ୍ତନ ଦଳରୁ ଅଧିକ ଅଂଶଗ୍ରହଣ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି l ମିନା ବଜାର ଏହାର ଅନ୍ୟତମ ବିଶେଷ ଆକର୍ଷଣ ହେବ l ଏହି ଶୁଦ୍ଧପୂତ ପବିତ୍ର ନାମ ଯଜ୍ଞରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ସହଯୋଗ ଏବଂ ସହାନୁଭୂତି ଜଣାଇବା ସହିତ ମହାନ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଚନ୍ଦନ ଭାଟି ପ୍ରହରୀ କମିଟି ତରଫରୁ ଅନୁରୋଧ କରାଯାଇଛି l