-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
19-Feb-2023
ଲୋଇସିଂହା, (ପ୍ରେରଣା ଖବର) ସୂଚନାରୁ ପ୍ରକାଶ ଯେ ଲୋଇସିଂହା ବସ୍ତିକୁ ଯିବା ସମୟରେ ରେଲୱେ ଫାଟକ ନିକଟରେ ପଡ଼ି ରହିଥିଲା ଏକ ମୃତ ଶରୀର l ଏକ ଟ୍ରେନ ଗାଡ଼ି ଧକ୍କା ଦେବା ଫଳରେ ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନାରୁ ପ୍ରକାଶ l ମୃତକ ଜଣକ ହେଲେ ବଂଶୀଧର ଶତପଥୀ (29) ଓ ସେ ଲୋଇସିଂହା ପାଖ ହୋଟେଲରେ କାମ କରି ଗୁଜୁରାଣ ମେଣ୍ଟାଉଥିଲେ ବୋଲି ଅଂଚଳବାସୀ କହିଛନ୍ତି l ମୃତକ ଜଣକ ହେଲେ ଲୋଇସିଂହା ବସ୍ତି ର ହାଡୁ ଶତପଥୀ ଙ୍କ ପୁଅ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି l