-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||     

HOME   ଜିଲ୍ଲା

ଆଜି ଭାଲେନଣ୍ଟାଇନ ଡେ,ପ୍ରେମୀକ ପ୍ରେମୀକା ମନରେ ଅସୁମାରୀ ସ୍ଵପ୍ନ

14-Feb-2023



 ବିନିକା(ହିମାଂଶୁ ଶେଖର ପୁଟେଲ) ପ୍ରେମ ସତ୍ୟ ଚିରନ୍ତନ ବୋଲି କେଉଁ ଆବାହନ କାଳରୁ ଶୁଣିବାକୁ ମିଳେ ।ପୁରାଣ ଯୁଗର ରାଧା-କୃଷ୍ଣଙ୍କ ପ୍ରେମ ଲୀଳା ଆଜି ବି ଜନମାନସରେ ରହିଛି ।ଆଧୁନିକ ଯୁଗରେ ପ୍ରେମ କାହାଣୀର ବିଷୟବସ୍ତୁ ଦୂରଦର୍ଶନ ସହ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଛି । ବିଭିନ୍ନ ବର୍ଗର ଯୁବକ ଯୁବତୀ ଭିନ୍ନ ଭିନ୍ନ ଭାବରେ ପାଳନ କରୁଥିବା ପ୍ରେମ ଦିନଟିକୁ ସ୍ୱରଣ କରିବା ପାଇଁ ଫେବୃଆରୀ ୧୪ତାରିଖକୁ ଭାଲେନଣ୍ଟାଇନ ଡେ ଅର୍ଥାତ ପ୍ରେମ ଦିବସ ରୂପେ ସମଗ୍ର ଦେଶରେ ପାଳନ ହେଉଛି ।ଏହା କେମିତି ହେଲା ତାହା ଜାଣିବା ପାଇଁ କାହାର ଆଗ୍ରହ ନାହିଁ ।କିନ୍ତୁ ଏ ଦୁନିଆର ଯୁବପିଡି ଏହି ଦିନଟିକୁ ଉତ୍ସାହ, ଉଦ୍ଦୀପନା,ସ୍ନେହ ମମତାରେ ବାନ୍ଧି ହୋଇ ପାଳନ କରୁଛନ୍ତି ।ପୁଣି ଦିନେ ନୁହେଁ ଭାଲେନଣ୍ଟାଇନ ଡେ କୁ ପାଳନ କରୁଛନ୍ତି ଭାଲେନଣ୍ଟାଇନ ୱିକ ଅର୍ଥାତ ପ୍ରେମ ସପ୍ତାହ ଭାବରେ ।ଏହାକୁ ପାଳନ ନେଇ ନିଜ ନିଜ ମଧ୍ୟରେ ଯୁବପିଢୀ ପ୍ରସ୍ତୁତିକୁ ଜୋରଦାର କରିଦେଇଥିବା ଦେଖିବାକୁ ମିଳୁଛି ।ଭାଲେନଣ୍ଟାଇନ ଡେ଼ କୁ ନେଇ ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଯୁବକ ଯୁବତୀ ମନରେ ଅସୁମାରୀ ସ୍ବପ୍ନ ସୃଷ୍ଟି କରିଥିବା ଦେଖାଯାଇଛି । ଏହି ଦିବସରେ କିଏ କାହାକୁ କଣ ଉପହାର ଦେବ ସେ ନେଇ ଚାଲିଛି ପ୍ରତିଯୋଗିତା ।ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଦୋକାନରେ ବ୍ୟବସାୟୀ ମାନେ ମନପସନ୍ଦ ସାମଗ୍ରୀ ବିକ୍ରୟ ପାଇଁ ସଜ୍ଜିତ କରିଛନ୍ତି ସ୍ଵତନ୍ତ୍ର ଉପହାର,ଆକର୍ଷଣୀୟ କାର୍ଡ,ଲଭମେଟେରିଏଲସ ।ନିଜ  ପ୍ରେମିକ ପ୍ରେମିକାଙ୍କ ପାଇଁ ମନପସନ୍ଦ ଉପହାର କେମିତି ରହିବ ତାହା କିଣିବା ପାଇଁ ଦୋକାନ ଗୁଡିକରେ ଭିଡ ଜମୁଛି ।ପୁଣି ଅନ୍ୟ ପକ୍ଷରେ ଭାଲେନଣ୍ଟାଇନ ଡେ କୁ ପାଳନ କରୁଥିବା ଯୁବପିଢୀ ଙ୍କ ଉତ୍ସାହିତ ମନ ଯେପରି ନ ଭାଙ୍ଗେ ସେଥିପାଇଁ ତାଙ୍କ ଚାହିଦା ମୁତାବକ ଆକର୍ଷଣୀୟ ଡିଜାଇନର କୋଟେସନ୍ କାର୍ଡ ଚକଲେଟ୍,ସିନ୍ ସିନେରୀ,କ୍ୟାନ୍ଡେଲ ଆଦି ଅନେକ ପ୍ରକାରର ମନ ଛୁଇଁଲା ଭଲି ସାମଗ୍ରୀ ବିକ୍ରୟ ହେଉଥିବା ଦେଖିବାକୁ ମିଳୁଛି ।କେତେକ ପୁଅ ଝିଅ ପିତା ମାତାଙ୍କ ଭୟରେ ଓ ତାଙ୍କ ଅଜାଣତରେ ଲୁଚା ଛୁପା ଟଙ୍କା ଖର୍ଚ୍ଚ କରି ନପାରି ବିଭିନ୍ନ ପ୍ରକାରର ଫୁଲ ତୋଡା ତିଆରି କରି ଉପହାର ଦେବାକୁ ନିଜକୁ ପ୍ରସ୍ତୁତ କରି ସାରିଛନ୍ତି ।ବିଶେଷ କରି ଗୋଲାପ ଫୁଲର ଚାହିଦା ବୃଦ୍ଧି ପାଉଥିବାରୁ ଜେଣେତେଣେ ପ୍ରକାରରେ ସଂଗ୍ରହ କରିବାରେ ଲାଗି ପଡ଼ିଛନ୍ତି ପ୍ରେମିକ ପ୍ରେମିକା ।ସ୍ନେହ ମମତାରେ ବାନ୍ଧି ରଖିବା ପାଇଁଁ ତପ୍ତର ଆଜିର ଯୁବପିଢୀ ଭାଲେନଣ୍ଟାଇନ ଡେ କୁ ମନରେ ହସ ଫୁଟାଇ ପାଳନ କରିବ ସେ ନେଇ ଆଶା ରଖିଛି । ଅନ୍ୟ ପକ୍ଷରେ ବିନିକା ଅଞ୍ଚଳରେ ଅବସର ବିନୋଦନ ପାଇଁ ସେଭଳି ପ୍ରକୃଷ୍ଟ ସ୍ଥାନ ନଥିବାରୁ ଯୁବପିଢୀ ମହଲରେ ହତାଶ ଭାବ ପରିଲକ୍ଷିତ ହେଉଛି ।ତେବେ ସେ ଯାହା ବି ହେଉ ବିନିକାର ଐତିହାସିକ

ପୁଣ୍ୟପୀଠ ପାପକ୍ଷୟ,ସବୁଜ ବନାନୀରେ ଭରପୁର ଘଣ୍ଟାଶିନୀ ପାହାଡ,ଧ୍ଵଜାବନ୍ଧା ପର୍ବତ ମାଳା,ମାଁ ଘଣ୍ଟେଶ୍ଵରୀ ପୀଠ,ବାଇକାନୀ ପୀଠ,ବିନିକା-ଚଡାଇପଙ୍କ ମହାନଦୀ ବ୍ରିଜ ରାସ୍ତାରେ କିଛି ସମୟ ରହି ଚିରସ୍ରୋତା ମହାନଦୀର ଅପୂର୍ବ ମନୋରମ ଦୃଶ୍ୟ ଉପଭୋଗ କରିବା ଆଦି ସ୍ଥାନ ଏମାନଙ୍କ ପାଇଁ ସଖା ପାଲଟିଛି ।ବର୍ତମାନ ଯୁଗରେ ନାରୀ ନିର୍ଯାତନା,ଦୁଷ୍କର୍ମ,ଅତ୍ୟାଚାର,ଗଣବଳାତ୍କାର ଯେଭଳି ଭାବରେ ବୃଦ୍ଧି ପାଉଛି ତାକୁ ପ୍ରତିହତ କରିବା ପାଇଁ କେତେକ ସଚେତନ ବ୍ୟକ୍ତି ଓ ବିଭିନ୍ନ ସଂଗଠନ ଏହାର ତୀବ୍ର ବିରୋଧ କରୁଛନ୍ତି । ତେଣୁ ଏହି ଦିବସଟିକୁ ମାତୃ-ପିତୃ ପୂଜନ ଦିବସ କିମ୍ବା ପରିବାରର ସମସ୍ତ ସଦସ୍ୟ ଏକାଠି ରହି ନିଜ ନିଜ ଭିତରେ ସ୍ନେହ,ଶ୍ରଦ୍ଧା,ମମତା ସୃଷ୍ଟିକରି ସମ୍ମାନର ସହ ପାଳନ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026

You Might Also Like