-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
14-Feb-2023
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ବଲାଙ୍ଗୀର-ପାଟଣାଗଡ଼ ମୁଖ୍ୟ ରାସ୍ତା ମରାମତି ସମୟରେ ଝାଙ୍କରପାଲି ଛକ ଠାରେ ଥିବା ଗତି ଅବରୋଧ ହମ୍ସ ହଟେଇ ଦିଆଯାଇଛି । ଫଳରେ ରାସ୍ତାରେ ଯାଉଥିବା ଗଡିଚାଳକ ବେପରୁଆ ଗାଡି ଚାଳନ କରିବା ସହିତ ଦ୍ରୁତ ଗତିରେ ଗାଡି ଚାଳନ କରୁଛନ୍ତି । ଯାହାଦ୍ବାରା ଏଠାରେ ଦୁର୍ଘଟଣା ହେବା ପରିସ୍ଥିତି ଉପୁଜୁଛି ।
ଝାଙ୍କରପାଲି ମୁଖ୍ୟ ରାସ୍ତା ଛକ ଠାରେ ପ୍ରତି ଦିନ ବହୁ ସଂଖ୍ୟାରେ ଲୋକ ବଲାଙ୍ଗୀର ହଉ ଅନ୍ୟାତ୍ର ସହରକୁ ଯିବାଆସିବା ପାଇଁ ନିର୍ଭର କରୁଛନ୍ତି । ତାହା ସହିତ ବହୁ ସଂଖ୍ୟାରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ମଧ୍ୟ ଯିବାଆସିବା ପାଇଁ
ନିର୍ଭର କରନ୍ତି । ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ଉଚିତ୍ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବି କରିବା ସହିତ ଗତି ଅବରୋଧ ହମ୍ସ ହଟେଇ ଦେବାରୁ ସାଧାରଣ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।