-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2023
କର୍ଲାମୁଣ୍ଡା -(ପ୍ରଦିପ କୁମାର ସାହୁ)
ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଙ୍କୁ ଗୁଳି କରି ହତ୍ୟା କରାଯିବା ଖବର ପ୍ରଚାରିତ ହେବା ମାତ୍ରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା l ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ଅନ୍ୟ ଅନୁଷ୍ଠାନ ଗୁଡିକରେ ଶୋକସଭା ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବିଜେଡି ପକ୍ଷରୁ ସୋମବାର ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶୋକସଭା ବ୍ଲକ ସଭାପତି ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଯୁବ ବିଜେଡି ସଭାପତି ସଂଗୀତ ଭୋଇ, ଛାତ୍ର ବିଜେଡି ସଭାପତି ସଲିମ ଶେଖର ରଣା, ଜିଲ୍ଲା ସମ୍ପାଦକ ଶ୍ରୀନିବାସ ମିଶ୍ର, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, ସ. ମାଲପଡା ସରପଞ୍ଚ ବରୁଣ ସୁନା, ପୌରକେଲା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ସିମାଞ୍ଚଳ ଭୋଇ, ବରିଷ୍ଠ ନେତା ଦୀନବନ୍ଧୁ ସାହୁ (ଘିନୁ ), ବିରଞ୍ଚି ରଣା, କୈଳାଶ ରଣା, ଅର୍ଜୁନ ସାହୁ,ବବଲୁ ଦଣ୍ଡସେନା ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସ୍ବର୍ଗତ ଦାସଙ୍କ ସୃତିଚାରଣ କରିଥିଲେ l