-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
30-Jan-2023
ଲୋଇସିଂହା(ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଆଦିବାସୀ ଭବନ ଠାରେ ସ୍ଥାନୀୟ ତ୍ରିବେଣୀ ସାରସ୍ବତ ସନ୍ଧାନ ପକ୍ଷରୁ ଏକ କବିତା ଆସର ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନ ଅଧ୍ୟକ୍ଷ ଧର୍ମସିଂହ ମିଶ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ଉତ୍ସବରେ ସଭାପତି ଟିକେଚନ ରାଏ ଅଧ୍ୟକ୍ଷତା କରିଥିଲେ। ଏଥିରେ ରାଜେନ୍ଦ୍ର କଲେଜ ର ପ୍ରାକ୍ତନ ଅଧ୍ୟକ୍ଷ ସତ୍ଯବନ୍ତ ବେଦବାକ ମୂଖ୍ୟ ଅତିଥି, ନାଟ୍ୟକାର ହରିହର ପଧାନ ମୂଖ୍ୟବକ୍ତା, କବି ବଂଶୀଧର କର୍ମୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୂଖ୍ୟ ଅତିଥି ବେଦବାକ ତାଙ୍କ ବକ୍ତବ୍ୟରେ କହିଥିଲେ ସାହିତ୍ୟିକ ସମାଜର ପଥ ପ୍ରଦର୍ଶକ ।ତେଣୁ ଯୁବକବି ଓ ଲେଖକ ସମାଜ ସୁଧାରକ ସାହିତ୍ୟ ସଂରଚନା କରନ୍ତୁ। କବିତା ମାଧ୍ୟମରେ ଯୁବ ଚେତନା ସୃଷ୍ଟି କରାଯାଉ। ସାଂପ୍ରତିକ ସ୍ଥିତିକୁ ନେଇ ବିପ୍ଲବ ଆଣିଲା ଭଲି ସାହିତ୍ୟ ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ବୌଦ୍ଧ ଜିଲ୍ଲା ଲମ୍ବସରି ଗ୍ରାମର ବଂଶୀଧର କର୍ମୀଙ୍କ ଦ୍ୱାରା ରଚିତ ପୁସ୍ତକ ' ନିର୍ଝର' କୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଏହି ଅବସରରେ ଯୁବ ସାମ୍ବାଦିକ ସୁଶାନ୍ତ ବାରିକ, ଯୁବକବି ସଂଗଠକ ରାଜେଶ ଦଣ୍ଡସେନା, ଶିକ୍ଷାବିତ୍ ରାମଚନ୍ଦ୍ର ପଟେଲ, କବି ବଂଶୀଧର କର୍ମୀ, କଣ୍ଠଶିଳ୍ପୀ କାଶ୍ମୀର ଛତ୍ରିଆ, ଦେବରାଜ ନନ୍ଦ, ଦୁର୍ଯ୍ୟୋଧନ କୁମ୍ଭାରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ପରେ ଜ୍ୟୋତିପ୍ରକାଶ ସାହୁ ସସ୍ମିତା ସାହୁ, ଗୌରିଶଙ୍କର ସାହୁ ଏବଂ ବିବୁଲ ମହାକୁରଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ବିଭିନ୍ନ ଜିଲ୍ଲାରୁ ଆସିଥିବା ୬୦ ରୁ ଉର୍ଦ୍ଧ୍ବ କବି ସ୍ଵରଚିତ କବିତା ପାଠ କରିଥିଲେ।