-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
29-Jan-2023
ସୋନପୁର କୋଶଳ ହାଇସ୍କୁଲର ଅଷ୍ଟମ ବାର୍ଷିକୋତ୍ସବ ଆଜି ଧୁମ ଧାମ ରେ ପାଳିତ ହୋଇ ଯାଇଛି l ଏହି ଉତ୍ସବକୁ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା ଉଦଘାଟନ କରି ଛାତ୍ର ଛାତ୍ରୀ ମାନେ ଭଲ ମଣିଷ ବା ସ୍ମାର୍ଟ ହେବାକୁ କୌଣସି ସ୍ମାର୍ଟ ସ୍କୁଲ ର ଆବଶ୍ୟକତା ନାହିଁ l ଏହି ସ୍କୁଲର ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା, ସାଧନା, ଶିକ୍ଷକ ମାନଙ୍କ କଠିନ ପରିକ୍ରମ, ଓ ଉତ୍ସର୍ଗୀକୃତ ସେବା ଦ୍ୱାରା ହିଁ ପିଲାମାନେ ସ୍ମାର୍ଟ ଓ ଭଲ ମଣିଷ ହୋଇ ପାରିବେ ବୋଲି କହିଥିଲେ l ଏବଂ ବାରମ୍ବାର ହେଉଥିବା କିଛି ଭୁଲରୁ ହିଁ ଦିନେ ଭଲ ଫଳାଫଳ ମିଳିଥାଏ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ
ମଲ୍ଲିକ ଯୋଗ ଦେଇ ତୁମେ ଯେତେ ବଡ଼ ଲୋକ ହେଲେ ବି ନିଜ ଗାଁ ମାଟି କୁ ଗୁରୁ ଙ୍କୁ କେବେ ଭୁଲି ଯିବନି ବୋଲି ଛାତ୍ର ଛାତ୍ରୀଙ୍କୁ ପରାମର୍ଶ କରିଥିଲେ l ଏହି ଉତ୍ସବ ର ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏ ଡି ଏମ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି କହି ଗୁରୁ ହିଁ ରୋଲ ମୋଡେଲ ବୋଲି କହିଥିଲେ l ସମାଜ ପ୍ରତି ଦାୟିତ୍ୱ ବୋଧ ହିଁ ପ୍ରକୃତ ଶିକ୍ଷା ଓ ବ୍ୟକ୍ତିରୁ ବ୍ୟକ୍ତିତ୍ୱ ବ୍ୟକ୍ତିତ୍ୱ ରୁ ଗୋଟାଏ ଅନୁଷ୍ଠାନ ହୋଇ ଗଢ଼ି ଉଠୁ ବୋଲି କହିଥିଲେ l ଏବଂ ସକାରାତ୍ମକ ମନୋଭାବ ନେଇ ସମସ୍ତେ ଆଗକୁ ବଢିବାକୁ କହିଥିଲେ l ଏବଂ ମାଟ୍ରିକ ପରୀକ୍ଷା ର କୃତି ଛାତ୍ର ଛାତ୍ରୀ ମାନେ ପ୍ରାୟ ସମସ୍ତଙ୍କ ଲକ୍ଷ୍ୟ କେବଳ ଡାକ୍ତର, ଇଞ୍ଜିନିଅର ବୋଲି କହିବା ଠିକ ନୁହେଁ, ଆଇ ଏ ଏସ, ଆଇ ପି ଏସ, ସମେତ ଭଲ ଶିକ୍ଷାବିଦ , କ୍ରୀଡ଼ାବିତ ସବୁ କ୍ଷେତ୍ର ରେ କ୍ୟାରିଅର ଗଢିବା ପାଇଁ ପରାମର୍ଶ କରିଥିଲେ l ଆର ଡବ୍ଲୁ ଏସ ଏସ ର ସୁପରିଣ୍ଟେଣ୍ଣ୍ଡେଣ୍ଟ ଇଞ୍ଜିନିଅର ବିଭୁ ପ୍ରସାଦ ପଣ୍ଡା ସମସ୍ତ ଙ୍କ କର୍ତ୍ତବ୍ୟ ନିଷ୍ଠା ହିଁ ଆଜି ଟିଉସନରୁ ସ୍କୁଲ ରେ ପରିଣତ ହୋଇଛି ବୋଲି କହିଥିଲେ l ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, କମିଟି ଉପଦେଷ୍ଟା ପ୍ରଫୁଲ୍ଲ ନାଏକ ଯୋଗ ଦେଇ ପିଲା ମାନଙ୍କ ଭବିଷ୍ୟତ ପାଇଁ ବହୁମୂଲ୍ୟ ପରାମର୍ଶ କରି ଉତ୍ସାହିତ କରିଥିଲେ l ଓ ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ସଭା କୁ ପ୍ରଦାନ ଶିକ୍ଷକ ପରମାନନ୍ଦ ନାଏକ ପରିଚାଳନା କରିଥିବା ବେଳେ ସ୍କୁଲର ଅଧ୍ୟକ୍ଷ ସଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ସଭାରେ ଛାତ୍ରଛାତ୍ରୀ ଅଭିଭାବକ ଓ ସହରର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l