-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
28-Jan-2023
ବଲାଙ୍ଗିର ମନୋହରପୁର ଏମ଼୍ ଇ ସ୍କୁଲ ଠାରେ ସରସ୍ଵତୀ ପୂଜା ଓ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଚଳିତ ବର୍ଷ ଏହି ଦୁଇ ପବିତ୍ର ଦିବସ ଗୋଟିଏ ଦିନ ପଡିଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା l ସରସ୍ଵତୀ ଙ୍କ ଧୂପଦୀପ ବନ୍ଦନା
ପରେ ଛାତ୍ରଛାତ୍ରୀ ମାନେ ପ୍ରସାଦ ସେବନ କରିଥିଲେ l ପୂଜା ରେ ଛୋଟ ଛୋଟ ଶିଶୁ ମାନଙ୍କ ଖଡି ଛୁଆଁ ହୋଇଥିଲା l ସାଧାରଣ ତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରାଯାଇ ଛାତ୍ର
ଛାତ୍ରୀ ମାନଙ୍କୁ ଚକୋଲେଟ୍ ବଣ୍ଟନ କରାଯାଇଥିଲା l ସକଲେ ପ୍ରଭାତ ଫେରୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ l ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୂଜା ଓ ସାଧାରଣତନ୍ତ୍ର ଦିବସ ସଫଳତାର ସହ ଆୟୋଜିତ ହୋଇଥିଲା l ଉତ୍ସବକୁ ସଫଳ କରିବାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସ୍କୁଲ ପରିଚାଳନା କମିଟିର ସଭ୍ଯ ମାନେ ସହଯୋଗ କରିଥିଲେ