-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
28-Jan-2023
ସୁବର୍ଣ୍ଣପୁର: ସାଧାରଣତନ୍ତ୍ର ଦିବସ ଅବସରରେ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱାଣେ ମୁଖ୍ୟ ଅତିଥି, ଓ ଏସପି ଶ୍ରୀ ଅମରେଶ ପଣ୍ଡା, ଏ ଡ଼ିଏମ ସୂର୍ଯ୍ୟ ନାରାୟଣ ଦାଶ, ଜ଼ିଲ୍ଲା ପରିଷଦ ଇ ଓ ନିହାର ରଞ୍ଜନ କଅଁର, ଡି ସି ଓ ଯମୁନା ପଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଡିବେଟ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତି ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ
କରିଥିଲେ l ଭିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ରଙ୍ଗlରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ସବୁକୁ ସମସ୍ତ ଅତିଥି ଙ୍କ ସମେତ ଅଭିଭାବକ, ବୁଦ୍ଧିଜୀବୀ, ସାମ୍ବାଦିକ, ପ୍ରଶାସନ ର କର୍ମଚାରୀ ଶେଷ ଯାଏ ଉପଭୋଗ କରିଥିଲେ l ଜ଼ିଲ୍ଲାପାଳ ଶ୍ରୀମତୀ ନରୱାଣେ ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ ଭୋଇ ଙ୍କ ତତ୍ୱାବଧାନ ରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l