-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
28-Jan-2023
ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ରଢିଆପାଲି ୟୁପିସ୍କୁଲରେ ବାର୍ଷୀକ କ୍ରୀଡା ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ ଭଏନାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ସଭାରେ ଅତିରିକ୍ତ ଗୋଷ୍ଠିଶିକ୍ଷାଧିକାରୀ ମୁକେଶ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ବକ୍ତା ଭାବରେ ଜାଲୋଏ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମ୍ଭାର ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସମ୍ମାନୀଥ ଅତିଥି ଭାବରେ ସିଆରସିସି ସୁଦର୍ଶନ ଏବଂ ୱାର୍ଡସଭ୍ୟ କୌଶଲ୍ୟା କଅଁର ଯୋଗଦେଇ ମଂଚାସୀନ ହୋଇଥିଲେ । ଏହି ଅବଶରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶିକ୍ଷକ ଦାସରଥି ନାଏକ ମଂଚ ପରିଚାଲାନ କରିଥିବା ବେଳେ ବିଦ୍ୟାଲୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଲାନ କମିଟିର ସମସ୍ତ ସଦସ୍ୟ,ସଦସ୍ୟା ଉପସ୍ଥିତ ରହିଥିଲେ । ଶିକ୍ଷକ ସାନ୍ତନୁ ଭୋଇ ଧନ୍ୟବାଦ ଦେଇଥିଲେ ।