-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2023
-ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଶିବିର ଆଜି ସୋନପୁର କୃଷିବିଜ୍ଞାନ କେନ୍ଦ୍ର ଠାରେ କଣ୍ଟାମାଳ ବ୍ଲକ ର କୃଷକ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି l ଏଥିରେ ପ୍ରକଳ୍ପ ନିର୍ଦେଶକ ସୁକାନ୍ତକୁମାର ପାଣିଗ୍ରାହୀ ସଭାପତିତ୍ବ କରିଥିବl ବେଳେ ମୁଖ୍ୟ ଅତିଥି ଭାବେ କୋକୋକୋଲା ଫାଉଣ୍ଡେସନ ର ଜେନେରାଲ ମେନେଜର ଡଃ. ଆଦିତ୍ୟ ପ୍ରତାପ ପଣ୍ଡା ଯୋଗ ଦେଇ ଦୀପ ପ୍ରଜ୍ବଲଣ କରି ଶିବିର କୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଶ୍ରୀ ଅ ମ୍ବରେଶ ପ୍ରସାଦ ମିଶ୍ର, ଏଡଭାଇଜର କେବିକେ ର ବରିଷ୍ଠ ବୈଜ୍ଞାନିକ ବିଶ୍ୱ ରଞ୍ଜନ ପଟ୍ଟନାୟକ, ବିଶେଷଜ୍ଞ ଭାବରେ ଡ. ତ୍ରିନାଥ ଖଣ୍ଡାୟତ ରାୟ, ଗୀତାଞ୍ଜଳି ପ୍ର ଧାନ ଯୋଗ ଦେଇଥିଲେ l ଏଥିରେ କଣ୍ଟାମାଳ ବ୍ଲକ ର ଶତାଧିକ ଆମ୍ବ ଚାଷୀ ଯୋଗ ଦେଇଥିବା ବେଳେ କୃଷକ ଏବଂ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ତୋଟା ପୁରୀ ଆମ୍ବ ଚାଷ ର ପ୍ରୋତ୍ସାହନ ଏବଂ ବଜାର ରେ ଏହାର ଚାହିଦା ବୃଦ୍ଧି ପାଇଁ ଫାଉଣ୍ଡେସନ ପ୍ରତିଜ୍ଞା ବଦ୍ଧ ବୋଲି ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ବକ୍ତବ୍ୟ ରଖିଥିଲେ l ଏଥିରେ ପ୍ରକଳ୍ପ ସଂଯୋଜକ ଅଭିନାଶ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ l ଅ ନନ୍ୟା ର ଜ଼ିଲ୍ଲା ସଂଯୋଜକ ବିଭୁତି ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ବ୍ଲକ ସଂଯୋଜକ ଅନିଲ ପୁରୋହିତ ଧନ୍ୟବାଦ ଦେଇଥିଲେ l