-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Jan-2023
ବୌଦ୍ଧ କର୍ମଚାରୀ ଭବନ ସଭାଗୃହ ଠାରେ ଆଜି ଦିନ 11 ଘଣ୍ଟା ସମୟରେ ସଘନ ପଦ୍ଧତିରେ ତୋଟାପୁରୀ ଆମ୍ବ ଚାଷ ସମ୍ପର୍କୀତ ଏକ ଚାଷୀ ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୋକାକୋଲା ଫାଉଣ୍ଡେସନର ଜେନେରାଲ୍ ମେନେଜର୍ ଡ. ଆଦିତ୍ୟ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅବସର ପ୍ରାପ୍ତ କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ
ଅମରେଶ୍ବର ମିଶ୍ର,ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ତପନ କୁମାର ଦାଶ, ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ କୁମାର ପାଣିଗ୍ରାହୀ, ହରଭଙ୍ଗା ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜ୍ଞାନ ରଂଜନ ଦିଗାଳ, ଅନନ୍ୟା ର ସଂଯୋଜକ ପ୍ରଦୀପ ଦେହୁରୀ ଯୋଗ ଦେଇଥିଲେ | ତାଲିମ୍ କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ଅବିନାଶ ମହାନ୍ତି ସଂଯୋଜନା କରିବା ସହ ମଞ୍ଚ ପରିଚାଳନା କରିଥିଲେ | ଉକ୍ତ ତାଲିମ୍ କାର୍ଯ୍ୟକ୍ରମ ରେ ବୌଦ୍ଧ ଓ ହରଭଙ୍ଗା ବ୍ଲକ୍ ଅଂଚଳର ଶତାଧିକ ଚାଷୀ ଯୋଗ ଦେଇଥିଲେ |
(ବୌଦ୍ଧ ଜିଲ୍ଲାରୁ ଦୁର୍ଯ୍ଯୋଧନ ବିଶି ଙ୍କ ରିପୋର୍ଟ)