-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2023
ଖପ୍ରାଖୋଲ (ପ୍ରେରଣା ଖବର): ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅମ୍ଳାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ ଅଧ୍ୟକ୍ଷତା କରି ସୁସ୍ଥ ମଣିଷ ପାଇଁ ରକ୍ତର ଆବଶ୍ୟକତା
ଓ ରକ୍ତହୀନତା ସମ୍ବନ୍ଧରେ ସଚେତନ କରିଥିଲେ। ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ଅନୀତା ନାଏକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରି ହିମୋଗ୍ଳୋବିନ ପରୀକ୍ଷଣ କରିଥିଲେ । ଯେଉଁମାନେ ରକ୍ତହୀନତା ଦ୍ବାରା ପୀଡିତ ସେମାନଙ୍କୁ ଶାଗ ତଟକା ପନିପରିବା ଖାଇବା ପାଇଁ ପରାମର୍ଶ ଦିଆ ଯାଇଥିଲା । ଆଇରନ ବଟିକା ଖାଇବାକୁ ପରାମର୍ଶ ଦେଇଥିଲେ । ଶେଷରେ ଶିକ୍ଷକ ଦେବରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଦୀପ କୁମାର ସାହୁ, ଅନୀମା ପଧାନ ସହଯୋଗ କରିଥିଲେ ।