-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2023
ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ଗ୍ରାମ ପଞ୍ଚାୟତ ରୁଗୁଡ଼ିପାଲି ଗାଁ ର ମାଟୁ ଭୁଏ ଙ୍କ ଗତକାଲି ୨୬ iତାରିଖ ଦିନ ପରଲୋକ ହେଇ ଯାଇଛି l ଶ୍ରୀ ଭୁଏ ୧୯୮୪ ମସିହାରେ ଉପରଝର ଗ୍ରାମ ପଞ୍ଚାୟତର ସରପଞ୍ଚ ଥିବା ସମୟରେ ଆଞ୍ଚଳିକ ହାଇସ୍କୁଲ ନିର୍ମାଣ କରି ଥିଲେ ବିଦ୍ୟୁତ ଲଗାଇବା ଗାଁ ରାସ୍ତାଘାଟ ତିଆରି କରିବା ଦିଗରେ ଶ୍ରୀ ଭୁଏ ଙ୍କ ଅନେକ ଅବଦାନ ରହିଛି l ଭୀମ ପାହାଡ଼ର ଗିରି ଗୋବର୍ଦ୍ଧନ ପୂଜା ଆୟୋଜନ କମିଟି ର ସଦସ୍ୟ ଥିଲେ ଶ୍ରୀ ଭୁଏ l ଲୋକଙ୍କୁ ସହଯୋଗ କରିବା ଲୋକ ମାନଙ୍କ ସହିତ ମେଳାପି ବନ୍ଧୁ ଥିଲେ ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ ହେବ ବିଜେଡି ଦଳ ସହିତ ଜଡିତ ଥିଲେ ଶ୍ରୀ ଭୁଏ l ତାଙ୍କ ବିଯୋଗ ରେ ଉପରଝର ଓ ମକୁନ୍ଦ ପୁର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି l ତାଙ୍କ ବଡ ପୁଅ ସଙ୍କର୍ଷଣ ଭୁଏ ମୁଖାଗ୍ନି ଦେଇଥିଲେ