-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ରାଜ୍ୟ

ବଲାଙ୍ଗୀରରେ କଂଗ୍ରେସର ଭାରତଯୋଡୋ ଯାତ୍ରାକୁ ବିପୁଳ ସ୍ୱାଗତ,ବଲାଙ୍ଗୀରରେ ବିଶାଳ ଶୋଭାଯାତ୍ରା, ନରସିଂହ,କୁକୁସିଂ, ଅଧିରାଜ,ସୁରେନ୍ଦ୍ର,ସମରେନ୍ଦ୍ର, ଅନୀଲ ଶାଭାଯାତ୍ରାରେ ସାମିଲ

24-Jan-2023



ବଲାଙ୍ଗୀର(ପ୍ରେରଣା ଖବର)-କଂଗ୍ରେସନେତା ରାହୁଲ ଗାନ୍ଧୀ କରୁଥିବା ଭାରତଯୋଡୋ ରାଲିକୁ ଦେଶରେ ସମର୍ଥନ ମିଳୁଥିବା ପରିପ୍ରେକ୍ଷୀରେ ଓଡିଶାରେ ପ୍ରଦେଶକଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଭାରତଯୋଡୋ ଯାତ୍ରାରେ ମଧ୍ୟ ବହୁସଂଖ୍ୟାରେ ଲୋକ ସାମିଲ ହେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଶରତ ପଟ୍ଟନାୟକଙ୍କ ଟିମ୍ ପହଞ୍ଚି ଭାରତ ଯୋଡୋ ଶୋଭାଯାତ୍ରା କରିବା ସହିତ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିଫଳତା ବିଷୟରେ ଲୋକଙ୍କୁ କହୁଛନ୍ତି । ଆଜି ପିସିସିର ଏହି ଭାରତ ଯୋଡୋ ଯାତ୍ରା  ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଡେଇଁ ବଲାଙ୍ଗୀର ଜିଲ୍ଲାର ସାଲେଭଟାରେ ପହଞ୍ଚିଥିଲା । ଏଠାରେ ଯୁବନେତା ଆକାଶ ମିଶ୍ର, ବରିଷ୍ଠନେତା ରାଧାକାନ୍ତ ନାୟକ, ଯୁବନେତା ଅମିତ ନାୟକ ଶତାଧିକ ସମର୍ଥକଙ୍କ ସହିତ ଶରତ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ । ସାଲେଭଟାର ପଦଯାତ୍ରା ପରେ ଲୋଇସିଂହାଠାରେ ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁଙ୍କ ନେତୃତ୍ୱରେ ଯାତ୍ରାକୁ ସ୍ୱାଗତ କରାଯାଇଥିଲା । ଏଠାରେ ମଧ୍ୟ ପଦଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଅପରାହ୍ନ ୧୨ଟାରେ ବଲାଙ୍ଗୀର ଗାନ୍ଧୀନଗର ପଡା ଛକରେ ଯାତ୍ରା ପହଞ୍ଚିଥିଲା । ଏଠାରେ ପିସିସି ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଉମା ପଣ୍ଡା, ମହିଳା କଂଗ୍ରେସ ନେତ୍ରୀ ମିଲନୀ ସାହୁ, ଛାତ୍ର କଂଗ୍ରେସର ଅଙ୍କିତ ସାହୁ, ସେବାଦଳ ମୁଖ୍ୟ ଅସିତ ମିଶ୍ର, କିଷାନ କଂଗ୍ରେସର ଜିଲ୍ଲା ସଭାପତି ସାନନ୍ଦ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ,ପୁଇଁତଳା ବ୍ଲକ କଂଗ୍ରେସ ସଭାପତି ଉମା ସାହୁ, ପୂର୍ବତନ ଯୁବ କଂଗ୍ରେସ ସଭାପତି ବିଧୁଭୂଷଣ ତ୍ରୀପାଠୀ, କୈଳାସ ମିଶ୍ର ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ ।

ଗାନ୍ଧୀନଗର ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସର ବିଧାୟକ ଦଳର ନେତା ନରସିଂହ ମିଶ୍ର ମାଲ୍ୟାର୍ପଣ ପରେ ସହରରେ ପଦଯାତ୍ରା ଆରମ୍ଭ ହୋଇଥିଲା । ପଦଯାତ୍ରା ସମୟରେ ସଇଁତଳାର ପୂର୍ବତନ ବିଧାୟକ ତଥା ପୂର୍ବତନମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ,କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା,ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ,ପାଟଣାଗଡର କଂଗ୍ରେସ ନେତା ଅନୀଲ ମେହେରଙ୍କ ନେତୃତ୍ୱରେ ହଜାର ସଂଖ୍ୟାରେ ସମର୍ଥକ ପିସିସି ସଭାପତିଙ୍କୁ ସ୍ୱାଗତ କରିବା ସହିତ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ଗାନ୍ଧୀନଗର ପଡା ଛକରୁ ପି. ଆର ହାଇସ୍କୁଲ,ପାଟଣେଶ୍ୱରୀ ମନ୍ଦିର,ସମଲେଶ୍ୱରୀ ମନ୍ଦିର,ପାଟଣା ହୋଟେଲ ଛକ, ମୁଖ୍ୟବଜାର,କଚେରୀଛକ,ରୁଗୁଡିପଡାଛକ,ପ୍ୟାଲେସଲାଇନ ଛକଦେଇ ଆରଟିଓ ଅଫିସ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ପହଞ୍ଚିଥିଲା । ରାସ୍ତାରେ ଅନେକ ସ୍ଥାନରେ ଶରତ ପଟ୍ଟନାୟକଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଉଥିଲା । ନିଜ ମାଟିରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଉଥିବାରୁ ଶରତ ପଟ୍ଟନାୟକ ଖୁସି ଜଣାପଡୁଥିଲେ । ସେ ତାଙ୍କ ପ୍ରତିକିୟାରେ ଗଣମାଧ୍ୟମକୁ କହିଥିଲେ ଯେ, ନିଜ ଜନ୍ମମାଟିରେ ଏଭଳି ଭବ୍ୟ ସ୍ୱାଗତକୁ ସେ କେବେ ଭୁଲି ପାରିବି ନାହିଁ । ଆଜି ଦେଶରେ ଶାସନ କରୁଥିବା ମୋଦୀ ସରକାର ଦେଶରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରୁଛନ୍ତି । ଜାତି-ଜାତି, ଧର୍ମ-ଧର୍ମ ତଥା ଧନୀ-ଗରୀବଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି । ତେଣୁ କଂଗ୍ରେସନେତା ରାହୁଲ ଗାନ୍ଧୀଙ୍କ ଆହ୍ୱାନକ୍ରମେ ଚାଲିଥିବା ଭାରତ ଯୋଡୋ କାର୍ଯ୍ୟକ୍ରମକୁ ଓଡିଶାରେ ଆମେ ଆଗେଇ ନେଉଛୁ । ଉଭୟ କେନ୍ଦ୍ରସରକାର ଓ ରାଜ୍ୟସରକାର ଗରୀବଙ୍କ କଲ୍ୟାଣ ନକରି କେବଳ ପୁଞ୍ଜିପତିଙ୍କୁ ସୁହାଇଲା ଭଳି କାର୍ଯ୍ୟକ୍ରମ କରୁଛନ୍ତି । ତେଣୁ ଏମାନଙ୍କ ଅସଲ ଚରିତ୍ର ବିଷୟରେ ଲୋକଙ୍କୁ କହିବା ଓ କଂଗ୍ରେସ ଦଳର ଅଭିମୁଖ୍ୟ ବିଷୟରେ କହିବାକୁ ଏହି ପଦଯାତ୍ରା କରାଯାଉଥିବା ଶ୍ରୀ ପଟ୍ଟନାୟୟକ କହିଥିଲେ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ବଲାଙ୍ଗୀର ସହରରେ ପ୍ରଥମ କରି ଏହି ଶୋଭାଯାତ୍ରା କରିଛନ୍ତି । ତେଣୁ କଂଗ୍ରେସକର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ।  


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like