-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
17-Jan-2023
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ଠାରେ ଥିବା ଫୁଲମୁଠି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜିଠାରୁ ୮ଦିନିଆ ଆତ୍ମ କୋଶଳ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ଳକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ ମୁଖ୍ୟଅତିଥି,ସରପଞ୍ଚ ପଦ୍ମିନୀ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଲିମରେ ଭାଗ ନେଇଥିବା ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଏଥିରେ ଅଧ୍ୟାପିକା ବୈଜୟନ୍ତୀ ସାହୁ ଅତିଥି ପରିଚୟ ଓ ଶେଷରେ ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ସବ୍ୟସାଚୀ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରଶିକ୍ଷକ ଭାବେ ସାବିତ୍ରୀ ସାହୁ ଓ ନମ୍ରତା ଖେତି ୬୦ଜଣ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରୁଛନ୍ତି ।ଅନୁଷ୍ଟିତ ଉଦଘାଟନୀ ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରୀ ଓ ଷ୍ଟାଫ ଉପସ୍ଥିତ ଥିଲେ ।