-+91-9937148622 |
prerana_bgr@rediffmail.com |
Monday 30th March 2026 |
R.N.I. Regd No. ODIODI/2010/46693
Breaking News
17-Jan-2023
ବଲାଙ୍ଗିର( ପ୍ରେରଣା ଖବର) ବିଗତ ଦୁଇ ବର୍ଷ ମଧ୍ୟରେ ବଲାଙ୍ଗିର ଜିଲାରେ ତୃତୀୟ ଲିଙ୍ଗ ମାନଙ୍କ କଲ୍ୟାଣ ନିମନ୍ତେ ତଥା ବିଭିନ୍ନ ସରକାରୀ ଯୋଜନା ଗୁଡିକରେ ସଫଳ ଅନ୍ତର୍ଭୂକ୍ତିକରଣ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ବଲାଙ୍ଗିର ଜିଲ୍ଲା “ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ ଗଭର୍ନେନ୍ସ ଆୱାର୍ଡ” ନିମନ୍ତେ ମୋନୋନିତ ହୋଇ ସମଗ୍ର ଦେଶ ର ବିଭିନ୍ନ ଜିଲ୍ଲା ରୁ ଆସିଥିବା ମନୋନୟନ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇ “ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ ଗଭର୍ନେନ୍ସ ଆୱାର୍ଡ” ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ଆଜି ନୂଆଦିଲ୍ଲୀ ସ୍ଥିତ ଓବେରାଇ ହୋଟେଲ ଠାରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ଆୱାର୍ଡ ଗ୍ରହଣ କରିଛନ୍ତି । ଯୋଜନା ଗୁଡିକର ସଫଳ ରୂପାୟନ କ୍ଷେତ୍ରରେ ଜିଲ୍ଲା କୁ ସର୍ବଭାରତୀୟ ସ୍ତରରେ ମିଳିଥିବା ଏହି ଆୱାର୍ଡ ଜିଲ୍ଲା କୁ ଗୌରବାନ୍ଵିତ କରିଛି ।