-+91-9937148622 |
prerana_bgr@rediffmail.com |
Saturday 28th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2023
ବଲାଙ୍ଗିର (ପ୍ରେରଣା ଖବର) ଆଜି ସଂଧ୍ୟା ୫ ଟା ସମୟରେ ସ୍ଥାନୀୟ ଟିକ୍ରାପଡ଼ା ଜଗନ୍ନାଥ ମନ୍ଦିର ପରିସରରେ ଶିଶୁ ବିକାଶ କେନ୍ଦ୍ର, ବଲାଙ୍ଗିରର ପ୍ରତିଷ୍ଠାତା ସ୍ବର୍ଗତ ପ୍ରବୀଣ ମିଶ୍ରଙ୍କର ୩୬ ତମ ଶ୍ରାଦ୍ଧ ଦିବସ ଶ୍ରୀ ଜୟରାମ ମିଶ୍ରଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏଥିରେ ଆବାହକ ମଦନ ମୋହନ ରଥ, କପିଳ ପତି, ହୃଷୀକେଶ ପୁରହିତ, ବଳିଷ୍ଠ ପ୍ରଧାନ, ଧିରେନ୍ଦ୍ର ନାରାୟଣ ସିଂହଦେଓ, ଅରୁଣ ଖୁଆସ, ଚୁଡେନ୍ଦ୍ର ବେହେରା, ଶ୍ରୀମତୀ କସ୍ତୁରୀ ରଥ ଓ ଶ୍ରୀମତୀ ନିହାରିକା ମିଶ୍ର ସ୍ବର୍ଗତ ପ୍ରବୀଣ ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ଶେଷରେ ସମ୍ପାଦକ ରତ୍ନମୟ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ