-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||     

HOME   ଜିଲ୍ଲା

ସାଲେଭଟା ଠାରେ ପୂର୍ବତନ ସାଂସଦଙ୍କ ଖବରଦାତା ସମ୍ମିଳନୀ, ଯୌବନଂ ଧନ ସମ୍ପତ୍ତି ପ୍ରଭୃତଂ ଅବିବେକିତା ମଣିଷକୁ ବିନାଶ ଦିଗକୁ ଟାଣି ନିଏ- ବାଳଗୋପାଳ ମିଶ୍ର 

15-Jan-2023



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)-ବଲାଙ୍ଗିରର ପୂର୍ବତନ ସାଂସଦ ତଥା କୋଶଲ ଆନ୍ଦୋଳନର କର୍ଣ୍ଣଧାର ବାଳଗୋପାଳ ମିଶ୍ର ଆଜି ସାଲେଭଟା ସ୍ଥିତ ଅଙ୍ଗନଦୀ ପାଖରେ ଥିବା କଲ୍ୟାଣ ମଣ୍ଡପଠାରେ  କେନ୍ଦ୍ର ଏବଂ  ରାଜ୍ୟ ସରକାରଙ୍କ ବିରୋଧରେ ଯୁକ୍ତିସଙ୍ଗତ ତଥ୍ୟ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ ।  ସେ ତଙ୍କ ବକ୍ତବ୍ୟରେ ଚାଣକ୍ୟଙ୍କ ଶ୍ଲୋକ  ଯୌବନଂ ଧନ ସଂପତ୍ତି ପ୍ରଭୃତଂ ଅବିବିକେତା ଉପରେ ତଥ୍ୟ ପସ୍ଥାପନ କରିଥିଲେ । ଯେଉଁ ବ୍ୟକ୍ତି ପାଖରେ ଯୌବନ, ଧନସମ୍ପତ୍ତି, ମାଲିକାନାର ବର୍ଗ ରହିଥାଏ ସେହି ବ୍ୟକ୍ତି ଅବିବେକି ହୋଇଥାଏ ବୋଲି ସେ ବଲାଙ୍ଗିର ଜିଲ୍ଲାପାଳଙ୍କ ବିରୋଧରେ ଉକ୍ତ ଶ୍ଲୋକର ବ୍ୟାଖ୍ୟା କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ତାଙ୍କର ଯୁବସୁଲଭ, ପ୍ରଶାସନିକ ପଦବୀ, ମାଲିକ ହୋଇଥିବାରୁ ସେ ଅବିବେକି ହୋଇ ପଡିଥିବା ପ୍ରକାଶ କରିଥିଲେ । ଜଣେ ବିଧାୟକ ଲୋକ ପ୍ରତିନିଧିକୁ ଗୁରୁତ୍ୱ ନଦେବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଥିଲେ । ଯେଉଁ ପରିସ୍ଥିତିରେ ବିଧାୟକ ଏବଂ ଜିଲ୍ଲାପାଳଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା ଏଥିପାଇଁ ଜିଲ୍ଲାପାଳ ଦାୟୀ । ଏପରି ପରିସ୍ଥିତି ସୃଷ୍ଟି କରିବାରେ ଜିଲ୍ଲାପାଳ କାର୍ଯ୍ୟକଳାପକୁ ସେ ନାପସନ୍ଦ କରିଥିଲେ । କାହିଁକି ବିଧାୟକ ଏପରି ଗର୍ଜିଥିଲେ ତାହା ଉପରେ ତଦନ୍ତ କରାଗଲେ ଜିଲ୍ଲାପାଳ ହିଁ ଏହାର ମୂଳ ବୋଲି ସେ କହିଥିଲେ । ଅମଳାନ୍ତ୍ର ବିଧାୟକଙ୍କ ବିରୋଧରେ କଳା ବ୍ୟାଚ ପିନ୍ଧି ବିରୋଧ କଲେ  ଲୋକ ପଞ୍ଚାୟତ ସ୍ତରରୁ  ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ଲୋକ ପ୍ରତିନିଧିମାନେ ବାହାରି ଆନ୍ଦୋଳନ କରାଯିବା ଉଚିତ ବୋଲି ସେ କହିଥିଲେ ।  ଇନ୍ଦିରା ଆବାସଠାରୁ ଆରମ୍ଭ କରି ସବୁଠାରେ ଦୁର୍ନୀତି ଚାଲିଥିବା । ପ୍ରତ୍ୟେକ ପେକ୍ସ ଗୁଡିକରେ ଧାନ କିଣାରେ ଦୁର୍ନୀତି ହୋଇଥିବାକୁ ସେ କଡା ଭାଷାରେ ସରକାରଙ୍କୁ ସମାଲୋଚନା କରିଥିଲେ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୁପ ହୋଇ ଶାସନ ଚଳାଇଥିବା ବେଳେ କେନ୍ଦ୍ରରେ ମୋଦୀ ସରକାର ମିଥ୍ୟା ପ୍ରତିଶୃତି ଦେଇ ଶାସନ କରିଚାଲିଥିବା ସେ କହିଥିଲେ । ଆଚ୍ଛା ଦିନ ଆଏଗା, କଳାଧନ ଫେରିବ, ଜମାଖାତାରେ ୧୫ଲକ୍ଷ ଜମା ହେବ ଇଦ୍ୟାଦି ଯୋଜନା କେବେ ଆସିବ ବୋଲି ସେ କହିଥିଲେ ।  ଘରର ଛୋଟ ଛୁଆ ହାତରେ ଘର ଚଳାଇବାର ଦାୟିତ୍ୱ ଦେଲେ  ଯାହା ହେବ ପିଲାଟିଆ ଜିଲ୍ଲାପାଳ, ଶାସନମୁଖ୍ୟ ହେଲେ ସେଇଆ ବୋଲି କହିଥିଲେ । ପ୍ରତ୍ୟେକ ଉନ୍ନୟନ କାମରେ ପିସି କାରବାର ଚାଲିଛି । ପିସିରେ ପେସି ହେଉଛି ଉନ୍ନୟନ କାମ । ଦୁର୍ନୀତି ଏଭଳି ସୀମାରେ ପହଞ୍ଚି ଗଲାଣି ଯେ, ଯେଉଁ ଅଧିକାରୀଙ୍କୁ ଭିଜିଲାନ୍ସ ଚଢାଉ କରିବ କୋଟି କୋଟି ଟଙ୍କା ବାହାରୁଛି । ସମୟ ଥିଲା କେତେ ଜଣ ବିଧାୟକଙ୍କ ଦୁଇ ଚକିଆ ଗାଡି ନଥିବା ବେଳେ ଆଜି  ବିଜେଡି  କର୍ମୀମାନଙ୍କ ପାଖରେ ମାଳମାଳ ଗାଡି ମଟର ।   ଉଭୟ ସରକାର କେନ୍ଦ୍ର ଏବଂ ରାଜ୍ୟକୁ ଦୁର୍ନୀତିର ପାହାଡରେ ଠିଆ କରାଇ ଦେଲେଣି ବୋଲି ସେ କହିଥିଲେ ।  ଆହୁରି ମଧ୍ୟ ଡୁଙ୍ଗୁରିପାଲି ରେଳ ଷ୍ଟେସନରେ  ବିଭିନ୍ନ ଆଳ ଦେଖାଇ  ଦେଖାଇ ଦୃତଗାମୀ ଟ୍ରେନ ରଖା ନଯିବା ଉପରେ ଗୁରୁତ୍ୱ ଦେଇ ବିଚୁପାଲିରୁ ବଲାଙ୍ଗିର କେଉଁ ଗାଇଡଲାଇନ ହିସାବରେ ଟ୍ରେନ ଚାଲୁଛି । ସେହି ଅନୁସାରେ ଡୁଙ୍ଗୁିରିପାଲି ଷ୍ଟେସନରେ ମଧ୍ୟ ଦୃତଗାମୀ ଟ୍ରେନ ରଖାଯିବା ଉଚିତ ବୋଲି କହିବା ସହ ସ୍ଥାନୀୟ ସାଂସଦ ଚାହିଁଲେ ଗୋଟିଏ ଦିନରେ ଟ୍ରେନ ଅଟକି ପାରିବ । ଡୁଙ୍ଗୁରିପାଲି ଷ୍ଟେସନରେ ଟ୍ରେନ ନ ରହିବା ସାଂସଦଙ୍କ ଇଚ୍ଛା ଶକ୍ତିର ଅଭାବ ଅଥବା ତାଙ୍କ ପ୍ରତି ରେଳ ବିଭାଗ ଗୁରୁତ୍ୱ ଦେଉନଥିବେ ବୋଲି ସେ ପ୍ରତିକ୍ରୀୟା ପ୍ରକାଶ କରିଥିଲେ । ଆଗାମୀ ଦିନରେ ଚାଷୀଙ୍କ ପାଇଁ ଆବଶ୍ୟକ ପଡିଲେ ସେ ପୁର୍ବପରି ପୁଣି ବାହାରି ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଥିଲେ ।  ପିସିକାରବା ଏତେ ପରିମାଣରେ ବଢି ଚାଲିଛି ଯେ ଭବିଷ୍ୟତରେ ଏହାର ପରିଣାମ କଣ ହୋଇପାରେ ପ୍ରଶ୍ନ ଉତ୍ତରରେ ସିଭିଲ ୱାର ହୋଇପାରେ ବୋଲି ପ୍ରକାଶ କରିଥିଲେ । ସେ କଡା ଭାଷାରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026

You Might Also Like