-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-Jan-2023
ନର୍ଲା-(ସଞ୍ଜିବ ଦାସ) ନର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚ ରବିବାର ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ଓ କଳାହାଣ୍ଡି ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଓ ବଲାଙ୍ଗୀର ଉଭୟ ଦଳ ୦-୧ଓ ୦୧ ଗୋଲରେ ବରାବର ହୋଇ ପୁଣି ନିର୍ଧାରିତ ସମୟ ମଧ୍ୟରେ ଟ୍ରାଇବ୍ରେକର ଜରିଆରେ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ୩-୦ ଗୋଲରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି। ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ବିଶିଷ୍ଟ ଶିଳ୍ପପତି ବିମଳ କେଡିଆ, କ୍ରୀଡା ଶିକ୍ଷକ ନିର୍ମଳ ନାଏକ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଖେଳଟିକୁ ନବୀନ ନାଏକ ପରିଚାଳନା କରିଥିବା ବେଳେ ସନ୍ତୋଷ ନାଏକ ଓ ସୁରେଶ ନାଏକ ସହଯୋଗ ପ୍ରଦାନ କରିଥିଲେ। ଆସନ୍ତା କାଲି କନ୍ଧମାଳ ଓ ବୈ।ଦ୍ଧ ମଧ୍ୟରେ ଫୁଟବଲ ଖେଳ ଅନୁଷ୍ଠିତ ହେବାର ସୂଚନା ରହିଛି।