-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2023
ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)-ଏହି ବ୍ଲକର ଗମ୍ଭାରିପାଲି ଗ୍ରାମର ଛକଠାରେ ଜଣେ ଯୁବକକୁ ସଂଘ ବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଡୁଙ୍ଗୁରିପାଲି ଥାନାରେ ହୋଇଥିବା ଅଭିଯୋଗରୁ ଜଣାଯାଏ ଯେ ମାଝିମୁଣ୍ଡା ଗ୍ରାମର କାର୍ତ୍ତିକ ନାଏକ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନ ଅନ୍ତର୍ଗତ ବେନ୍ଦ୍ରା ଗ୍ରାମର ବାବୁଲୁ ଭୋଇଙ୍କ ସହିତ ଗମ୍ଭାରିପାଲି ଧନୁଯାତ୍ରା ଦେଖିବାକୁ ଆସିଥିଲେ । କୌଣସି କଥାକୁ ନେଇ କେତେକ ଯୁବକମାନଙ୍କ ସହିତ ଯୁକ୍ତି ତର୍କ ହୋଇଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଗମ୍ଭାରିପାଲି ଗ୍ରାମର ବିଜୟ ସାହୁ(୨୩), କୁମୁଦ ସେଠୀ(୧୮), ପ୍ରେମରାଜ ବରିହା(୧୯),ମୋହନ ବରିହା(୨୬) ଏବଂ ବେହେରାମାଲ ଗ୍ରାମର ଜଣେ ୧୭ବର୍ଷର ନାବାଳକ କାର୍ତ୍ତିକକୁ ଭୁଜାଲିରେ ଆକ୍ରମଣ କରିବା ସହ ଲାତ ଗୋଇଠା ମାରିଥିଲେ । ଫଳରେ ସେ ଗୁରୁତର ହୋଇ ପଡିଥିଲେ । ପରିବାର ଲୋକେ ପ୍ରଥମେ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସା କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଚିକିତ୍ସାକରୁଥିବା ଡାକ୍ତର ପରେ ବୁର୍ଲା ବଡ ଡାକ୍ତରଖାନାକୁ ପଠାଇ ଛନ୍ତି । ବର୍ତ୍ତମାନ ସେ ସେଠାରେ ଚିକିତ୍ସିତ ହେଉଅଛି । କାର୍ତ୍ତିକର କାକା କୃଷ୍ଣ ନାଏକଙ୍କ ଅଭିଯୋଗକୁ ଭିତ୍ତି କରି ଡୁଙ୍ଗୁରିପାଲି ପୋଲିସ ଏକ ମାମଲା କେସ ନ.ଂ୯/୨୩ ଧାରା, ୩୪୧,୨୯୪/୩୨୩/୩୦୭/୩୪ଆଇପିସିରେ ଋଜକୁ ହୋଇ ତଦନ୍ତ ଜାରି ରହିଛି । ପୋଲିସ ଅଭିଯୁକ୍ତମାନଙ୍କୁକ ଥାନାରେ ଆଜି ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।