-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2023
ବଲାଙ୍ଗୀର/ପୁରୀ- କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବା ସହିତ ଓଡିଆ ଭାଷାର ଶ୍ରୀବୃଦ୍ଧି କରାଯାଉ । ସାହିତ୍ୟ ପ୍ରଚାରଧର୍ମୀ ନହୋଇ ସାମୁହିକ ହେଉ ଏବଂ ସାଂପ୍ରତିକ ସମାଜର ବାର୍ତା ବହନ କରୁ । ସାହିତ୍ୟ ମନୋରଂଜନର ମାଧ୍ୟମ ନ ହୋଇ ସମାଜର ଜଣେ ସଜାଗ ପ୍ରହରୀ ହେଉ । ଏହି ଭାବନାକୁ ଦୃଷ୍ଟିରେ ରଖି ଆଜି ରବିବାର ପୁରୀ ଜିଲ୍ଲା ସଂସ୍କୃତି ଭବନଠାରେ ରାଜ୍ୟ ସ୍ତରୀୟ କବିତା ଝଙ୍କାରର ଭବ୍ୟ ବାର୍ଷିକ ମହୋତ୍ସବ ଆୟୋଜିତ ହୋଇଯାଇଛି । କବିତା ଝଙ୍କାରର ସଭାପତି କୃଷ୍ଣଚନ୍ଦ୍ର ବାରିକ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନିତ୍ୟାନନ୍ଦ ଖମାରୀ ଯୋଗଦେଇ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ ଡା. ସଂଗ୍ରାମ କେଶରୀ ସାମନ୍ତରାୟ,
ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ କବି ରାମଚନ୍ଦ୍ର ନାଏକ, ପ୍ରବାସିନୀ ମିଶ୍ର, ଡା.ରଘୁନାଥ ମେହେର, ଡ. ଇତିଶ୍ରୀ ଦାଶ, ଲିଲି ପଟେଲ, ଡା. ଦିଲ୍ଲୀପ ସେନାପତି ପ୍ରମୁଖ ଯୋଗଦେଇ ସାହିତ୍ୟ ଝଙ୍କାରର ପ୍ରଗତି ଓ ସମାଜରେ ଦାୟିତ୍ୱ ବୋଧ ବିଷୟରେ ମତବ୍ୟକ୍ତ କରିଥିଲେ । କବିତା ଝଙ୍କାରର ପ୍ରତିଷ୍ଠାତା ସଂପାଦକ ଶିବାତ୍ମକ ପଣ୍ଡା ସଂପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା । କବୟିତ୍ରୀ ପ୍ରମୋଦିନୀ ଦେଇ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।
ସମାଜରେ କବି, କବୟିତ୍ରୀ, ଶିକ୍ଷକ, ଶିକ୍ଷିକା, ସ୍ୱାସ୍ଥ୍ୟ କର୍ମୀ ଏବଂ ସମାଜସେବୀ ମାନଙ୍କୁ ଅତିଥି ମାନେ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ଏହି ଅବସରରେ କବିତା ଝଙ୍କାର ଅନୁଷ୍ଠାନର ମୁଖପତ୍ର ସହିତ ଦିନେଶଭୋଇଙ୍କ ପ୍ରେମାନୁରାଗ ଓ ମା ଦଶମତୀ ପୁରାଣ, ଜୟନ୍ତୀ ନନ୍ଦଙ୍କ ଅବ୍ୟକ୍ତ ଅନୁଭବ,ଡ.ସସ୍ମିତା ମିଶ୍ରଙ୍କ କବିର କଳ୍ପନା, ଝରଣା ତନ୍ତୀଙ୍କ ବିବର୍ଣ୍ଣା ପ୍ରତ୍ୟୁଷ ଲୋକାର୍ପଣ ହୋଇଥିଲା । ଶେଷରେ କବିତା ଝଙ୍କାରର ମୁଖ୍ୟ ଉପଦେଷ୍ଟା ରବି ଚନ୍ଦ୍ର ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ