-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2023
ସୁବର୍ଣ୍ଣପୁର: ଜ଼ିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଆଜି ଉଦଘାଟିତ ହୋଇ ଯାଇଛି l ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜ଼ିଲ୍ଲା ସଂସ୍କୃତି ପରିଷଦ ଓ ଜ଼ିଲ୍ଲା କଳା ସଂସ୍କୃତି ସଂଘ ସୁବର୍ଣ୍ଣପୁର ଦ୍ୱାରା ଶ୍ରୀ ରାମେଶ୍ୱର ଷ୍ଟାଡିଅମ ଠାରେ ବର୍ଣ୍ଣlଢ୍ୟ ପରିବେଶ ରେ ଆୟୋଜିତ ଏହି ଉତ୍ସବ କୁ ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନିଲ ନର୍ଭଣେ ଉଦଘାଟନ କରିଥିଲେ l ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ଏଇ ମହୋତ୍ସଵ ର ନୁଆଁ ପଡିଆ ଓ ସହର କୁ ଆହୁରି ସୁନ୍ଦର କରିବା ପାଇଁ ଦୃଢ଼ ସଂକଳ୍ପ ନେଇ ଜ଼ିଲ୍ଲା ର ବେକାର ଯୁବକ ଯୁବତୀଙ୍କୁ ଆତ୍ମ ନିଯୁକ୍ତିର ସୁଯୋଗ ପାଇଁ ବିଭିନ୍ନ ସରକାରୀ ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ମତ ରଖିଥିଲେ l ଅତିଥି ବିଧାୟକ ଶ୍ରୀ ବେହେରା କହିଥିଲେ ଯେ, ସୋନପୁର କୁ ସୁବର୍ଣ୍ଣପୁର ଗଢିବା କୁ ଆପଣ ମାନଙ୍କ ଯେଭଳି ସହଯୋଗ ରହିଥିଲା ଆଗକୁ ଏହାର ଅଭିବୃଦ୍ଧି ପାଇଁ ଆପଣଙ୍କ ସହଯୋଗ ଓ ସମନ୍ୱୟ ଜାରି ରଖିବାକୁ ନିବେଦନ କରିଥିଲେ l ସଭାକୁ ଲୋକ ସମ୍ପର୍କ ବିଭାଗ ର ବିଦ୍ୟlପତି ପଣ୍ଡା ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଜ଼ିଲ୍ଲାପାଳ ଡ଼ଃ ଈପସିତା ପ୍ରିୟଦର୍ଶନୀ ମିଶ୍ର ସଂଯୋଜନା କରିଥିଲେ l ସଭାରେ ସମସ୍ତ ଅତିଥିଙ୍କ ଦ୍ୱାରା ଉତ୍ସବର ସ୍ମରଣିକା ଉନ୍ମୋଚନ କରାଯାଇଥିଲା l ଓଡିଶାର ସୁନାମଧନ୍ୟ କଳାକାରଙ୍କ ଓଡିଶୀ ନୃତ୍ୟ ଏବଂ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଫକୀର ପଟ୍ଟନାୟକ ମଞ୍ଚ ରେ ବଲିଉଡ ଓ ଓଲିଉଡ଼ ସିଙ୍ଗର ଅଭିଜିତ ମଜୁମଦାର, ମୁନ ମୁନ ସିଂ, ଅର୍ପିତା ଚୌଧୀରି, ସଂଜୁ ମହାନ୍ତି ଙ୍କ ଦ୍ୱାରା ସଂଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଯାହାକି ବିଳମ୍ବିତ ରାତି ଯାଏ
ଅଗଣିତ ଦର୍ଶକ ଖୁବ ମଜା ନେଇଥିଲେ l ଆଜି ସକାଳେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ଠାରେ ପୂଜାର୍ଚନା ଓ ମା ଙ୍କୁ ଆହ୍ୱାନ ପରେ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳ ର ଶହ ଶହ କଳାକାରଙ୍କୁ ନେଇ ଆଜି ସୁବର୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟନ ପାଇଁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ମା ଙ୍କ ମନ୍ଦିର ରୁ ବାହାରି ସହର ପରିକ୍ରମା କରିଥିଲା l ଦିନ ୧୧ ଟା ବେଳେ ମହୋତ୍ସବ ର ଷ୍ଟାଡିଅମ ର ଫକୀର ପଟ୍ଟନାୟକ ମଞ୍ଚ ରେ ପୂଜା ଅର୍ଚନା ହୋଇଥିଲା l ଏସପି ଶ୍ରୀ ଅମରେଶ ପଣ୍ଡା, ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ, ନିହାର ରଞ୍ଜନ କଅଁର, ସମାଜସେବୀ ଶ୍ରୀବତ୍ସ ମଲ୍ଲିକଙ୍କ ସମେତ ଜ଼ିଲ୍ଲାର ସମସ୍ତ ପଦାଧିକାରୀ, ବୁଦ୍ଧିଜୀବୀ,ସାମ୍ବାଦିକ, ସମାଜସେବୀ ଓ ଜନସାଧାରଣ ଯୋଗ ଦେଇଥିଲେ l