-+91-9937148622 |
prerana_bgr@rediffmail.com |
Thursday 26th March 2026 |
R.N.I. Regd No. ODIODI/2010/46693
Breaking News
14-Jan-2023
ବଲାଙ୍ଗିର(ପ୍ରେରଣା ଖବର): ଗତ ୧୩ ତାରିଖ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ବ୍ୟାସକବି ଫକିରମୋହନ ସେନାପତିଙ୍କ ଜନ୍ମ ୧୮୦ ତମ ଜୟନ୍ତୀ ଅନୁଷ୍ଠିତ ହୋଇଥିଲା l ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ 'ଫକିରମୋହନ ସେନାପତିଙ୍କ କବିତାରେ ଆତ୍ମ ଅନ୍ୱେଷଣ' ଓ 'ଫକିରମୋହନ ସେନାପତିଙ୍କ ଗଳ୍ପରେ ସାମାଜିକ ବାସ୍ତବତା' ଶୀର୍ଷକ ସମ୍ବଳିତ ଦୁଇଟି ବିଷୟ ସମ୍ପର୍କରେ ଆଲୋଚନା ହୋଇଥିଲା | ଡ. କୌତୁକ ପନ୍ଦରଙ୍କ ଦ୍ଵାରା ପରିଚାଳିତ ଏହି ସାରସ୍ବତ ଆଲୋଚନାରେ ଆଲୋଚକ ଭାବେ ଡ. ସୁଶାନ୍ତ କୁମାର ପଣ୍ଡା, ଅଧ୍ୟାପକ, ଓଡ଼ିଆ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ, ବଲାଙ୍ଗିର ଓ ଅନ୍ୟତମ ଆଲୋଚିକା ଡ. ସୁଷମା ମୋଦି, ସହକାରୀ ପ୍ରାଧ୍ୟାପକ, ଓଡ଼ିଆ, ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିର ଯୋଗ ଦେଇ ସେନାପତିଙ୍କ ବିଭିନ୍ନ ସାରସ୍ଵତ କୃତି କୁ ନେଇ ସାରଗର୍ଭକ ଓ ତଥ୍ୟପୂର୍ଣ୍ଣ ଆଲୋଚନା ଉପସ୍ଥାପନା କରିଥିଲେ | ଛାତ୍ରଛାତ୍ରୀମାନେ କିଭଳି ମୂଳ ବହି ପ୍ରତି ଆଗ୍ରହୀ ହୋଇ ଏକ ସୃଜନମନସ୍କ ବ୍ୟକ୍ତି ଭାବେ ନିଜକୁ ଉଭାଗର କରିପାରିବେ ସେ ଉପରେ ଗୁରୁତ୍ୱାରୋପ କରିଥିଲେ |
ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ମହାବିଦ୍ୟାଳୟର ପ୍ରଫେସର ଘନଶ୍ୟାମ ବେହେରା ଉପସ୍ଥିତ ରହି ଗାଳ୍ପିକଙ୍କ 'ରେବତୀ' ଗଳ୍ପର ପ୍ରାସଙ୍ଗିକତା ଆଜି କେତେ ଅଛି ସମୀକ୍ଷା କରିବା ଉଚିତ୍ ବୋଲି ସୂଚନା ଦେଇଥିଲେ | ଆଲୋଚନାରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଯୋଗ ଦେଇଥିଲେ | ଶେଷରେ ଅଧ୍ୟାପକ ହୃଷୀକେଶ ଦାସ ସାମଗ୍ରିକ ଆଲୋଚନାକୁ କିଞ୍ଚିତ୍ ସମୀକ୍ଷା ପୂର୍ବକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l