-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2023
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆସନ୍ତା ଫେବୃୟାରୀ ୨ ତାରିଖ ଦିନ ମାଘ ମଣ୍ଡେଇ ଅନୁଷ୍ଠିତ ହେବ । ତିନି ଦିନ ବ୍ୟାପୀ ଏହି ମଣ୍ଡେଇ ଯାତ୍ରା ପାଇଁ ଆଜି ଭୈରବ ମନ୍ଦିର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ କୁ ସ୍ଥାନୀୟ ଭାଷାରେ ବେହେରନ୍ କୁହାଯାଏ। ଏହି ଅବସରରେ ଡାବୁଗାଁ ସରପଞ୍ଚ ବିନୋଦ ସୌରା, ଡଙ୍ଗରିଗୁଡା ସରପଞ୍ଚ ରାମ
କୁମାର ଗଣ୍ଡ, ଦେବରାଜ ପାତ୍ର, ଏମ୍ ଆପାରାଓ, କୈଳାଶ ବିଶୋଇ , ଗୁପ୍ତ ବିଷୟୀ, ହିନ୍ଦୁ ମହାସଂଘ ପ୍ରମ୍ମୁଖ ଜୟନ୍ତ କୁମାର ପାତ୍ର, ସତ୍ୟ ରଞ୍ଜନ ପାତ୍ର, ବିଶ୍ବ ରଞ୍ଜନ ପାତ୍ର, ପୂର୍ଣ୍ଣ ପୂଜାରୀ, ମିହିର ଶଙ୍କର ପାତ୍ର, ରଣଜିତ୍ ଘଡେ଼ଇ, ପାପନା ରେଲି, ତାରିଣୀ ରେଲି, ଗଗନ ଗନ୍ତାୟତ, ରବି ନାରାୟଣ ମହାନ୍ତି, ଜଗନ୍ନାଥ ରେଲି, ଟି ଶେଖର ରାଓ, ଜିତୁ ରେଲି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ମାଘ ମଣ୍ଡେଇ ଓ ବିଭିନ୍ନ ମନ୍ଦିର ଚିହ୍ନଟ ବିଷୟରେ ଆଲୋଚନା କରା ଯାଇଥିଲା। ବିନୋଦ ସୌରା ସଭାପତି, ସତ୍ୟ ରଞ୍ଜନ ପାତ୍ର ଉପସଭାପତି, ରାମ କୁମାର ଗଣ୍ଡ ସଂପାଦକ, ରଣଜିତ୍ ଘଡେ଼ଇ କୋଷାଧ୍ୟକ୍ଷ ଏବଂ
ଜଗନ୍ନାଥ ବେହେରାଙ୍କୁ ଯୁଗ୍ମ ସଂପାଦକ ଭାବେ ମଣ୍ଡେଇ ପରିଚାଳନା ପାଇଁ ମନୋନୀତ କରା ଗଲା। ଆସନ୍ତା ୧୭ ତାରିଖରେ ମାଁ ଦାବାଦେଈ ମନ୍ଦିର ତଥା ଅନ୍ୟାନ୍ୟ ମନ୍ଦିର ଚିହ୍ନଟ ବେଳେ ଜୟନ୍ତ କୁମାର ପାତ୍ର ସମସ୍ତେ ଉପସ୍ଥିତ ରୁହନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ। ସର୍ବସମ୍ମତିକ୍ରମେ ଡାବୁଗାଁ ପଞ୍ଚାୟତ ଓ ଡଙ୍ଗରିଗୁଡା ପଞ୍ଚାୟତ ର ବ୍ୟକ୍ତି ମାନେ ଉପସ୍ଥିତ ରହିବା ପାଇଁ ସ୍ଥିର କରା ଯାଇଥିଲା।
(ରିପୋର୍ଟ : ମିହିର ଶଙ୍କର ପାତ୍ର, ନବରଙ୍ଗପୁର)