-+91-9937148622 |
prerana_bgr@rediffmail.com |
Wednesday 25th March 2026 |
R.N.I. Regd No. ODIODI/2010/46693
Breaking News
13-Jan-2023
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା): ଉଲୁଣ୍ଡା ବ୍ଲକ କୁଲତା ସମାଜ ପକ୍ଷରୁ ଓବିସି ମାନଙ୍କ କନେଷ୍ଟବଲ ନିଜୁକ୍ତି ପାଇଁ ଉଦିଷ୍ଟ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଗତ ୩୦ ତାରିଖ ଦିନ କନେଷ୍ଟବଲ ନିଜୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକି ସମଗ୍ର ଓଡିଶାରେ ଏସିବିସି ପାଇଁ କେବଳ ୧୯ଟି ପଦବୀ ରହିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଗୋଟିଏ ମଧ୍ୟ ପଦବୀ ସଂରକ୍ଷିତ ରହିନାହିଁ । ଫଳରେ ଏହି ବର୍ଗର ଆସାୟୀ ପ୍ରାର୍ଥିଙ୍କ ମନରେ ଗଭୀର ଅସନ୍ତୋଷ ଦେଖାଦେଇଛି । ଏଣୁ ଓବିସି ମାନଙ୍କ ପାଇଁ ଉଦିଷ୍ଟ ୨୭ ପ୍ରତିଶତ ସଂରକ୍ଷଣ ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଏକ ଦାବିପତ୍ର ବିଡିଓ ହେମସାଗର ଭୋଇଙଯକୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ପୁରୁଷୋତମ ସାହୁ, ପ୍ରମୋଦ ପଧାନ, ରୋହିତ ପଧାନ,ଉମାକାନ୍ତ ପଧାନ, ଶ୍ରିପତୀ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।