-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2023
ବଲାଙ୍ଗୀର(ପ୍ରେରଣା ଖବର)-୍ସ୍ଥାନୀୟ କୁଡାସିଂହା ଦୁର୍ଗା ମଣ୍ଡପ ସମ୍ମୁଖରେ ମାହେଶ୍ୱରୀ ସଂଗଠନ କୁଡାସିଂହା ଶାଖାର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟନ୍ୟ ଅତିଥି ଭାବେ ବଲାଙ୍ଗିର ମାହେଶ୍ୱରୀ ସଂଗଠନର ଉପଦେଷ୍ଟା ଦିନେଶ ଶର୍ମା, ବ୍ୟାସଦେବ ନନ୍ଦ, ଲୋଟସ ଷଡଙ୍ଗି, ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ କୁମାର ଅଗ୍ରୱାଲ, କୁଡାସିଂହା ଗୈାନ୍ତିଆ କାନ୍ତ ଝାଙ୍କର ତଥା କୁଡାସିଂହା ଉପଦେଷ୍ଟା ସୁରେନ୍ଦ୍ର ନାଥ, ବିଜୟ ସାହୁ, ନାରାୟଣ ନାଥ ପ୍ରମୁଖ ଯୋଗ ଦେଇଥିଲେ । କୁଡାସିଂହା ଶାଖା ସଭାପତି ଲୋକନାଥ ପ୍ରଧାନଙ୍କ ସଭାପତିତ୍ୱରେ ହେଉଥିବା ସଭା ସଂଯୋଜନା କରିଥିଲେ । ଉପଦେଷ୍ଟା ଲଳିତ କୁମାର ସାହୁ, ସଂଯୋଜକ ମନୋରଂଜନ ଝାଙ୍କର, ସଂଜୟ ମାଝି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହିଳା ଶାଖା ସଂଯୋଜିକା ସୋନମ ସାହୁ, ସହ-ସଂଯୋଜିକା ପ୍ରୀତିପ୍ରଜ୍ଞା ମହାରଣା ଏବଂ ମାହେଶ୍ୱରୀ ସମସ୍ତ ଶାଖାର ସଦସ୍ୟ ଉପସ୍ଥିତ ଥିଲେ । ବିଗତ ୩ ବର୍ଷ ଧରି ମାହେଶ୍ୱରୀ ସଂଗଠନ କୁଡାସିଂହାର ବିଭିନ୍ନ ଅଂଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିଆସିଛି । ଅଧ୍ୟାପକ ଅକ୍ଷୟ ଚୈାଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ସେବା ପାଇଁ ଶେଷଦେବ ନାଥଙ୍କୁ ମାହେଶ୍ୱରୀ ସେବା ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ଭୁବନେଶ୍ୱର ଦାଶ ଏବଂ ହୃଷିକେଶ ନାଏକଙ୍କ ସଂଯୋଜନାରେ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ପଙ୍କଜ ଜାଲ ଏବଂ ମାନସି ପାଣିଗ୍ରାହୀ । ହଜାର ହଜାର ସଂଖ୍ୟାରେ ଦର୍ଶକ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।