-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
12-Jan-2023
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆଜି ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଘlଟିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଉଦଘାଟନ କରି ସର୍ବଦା ହେଲମେଟ ପିନ୍ଧିବାକୁ ଓ ଯାନବାହାନ ଚଳାଚଳରେ ନିୟନ୍ତ୍ରଣ ରଖି ନିଜର ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ) ନିଶି ପୁନମ୍ ମିଞ୍ଚ ଯୋଗ ଦେଇ ନିଜେ ସୁରକ୍ଷିତ ଗାଡ଼ି ଚାଲନା କରି ଅନ୍ୟ ଲୋକଂକ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ ଜେନା ଅଧ୍ୟକ୍ଷତା କରି ଦୁର୍ଘଟଣା ହ୍ରାସ କରିବାରେ ଆମ ସୁବର୍ଣ୍ଣପୁର ଜିଲ୍ଲା ଲଗାତାର ଭାବେ ରାଜ୍ୟ ସରକାରଙ୍କ ପାଖ ରୁ ପୁରସ୍କୃତ ହୋଇ ଯେଭଳି ଜିଲ୍ଲାର ମାନ ବୃଦ୍ଧି କରିଛି , ଏହାକୁ ଆଗକୁ ବଜାଇ ରଖିବାକୁ ଆଜିର ଦିବସ ରେ ସଂକଳ୍ପ ନେବାକୁ ମତ ରଖିଥିଲେ । ସଭାକୁ ମନରଂଜନ ଦାସ ସଂଯୋଜନା କରିଥିବା ବେଳେ ଏହି ସଭାରେ ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ, ସାମାଜିକ ଅନୁଷ୍ଠାନ , ମୋଟର ଭାଇକିଲ ର ସମସ୍ତ ଅନୁଷ୍ଠାନ ଯୋଗ ଦେଇ ଥିଲେ । ପରେ ପରେ ସହରରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ସହର ସାରା ପରିକ୍ରମା କରିଥିଲା ।