-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
12-Jan-2023
ସୁବର୍ଣ୍ଣପୁର: ଆଜି ଜାତୀୟ ଯୁବ ଦିବସ ଅବସରରେ ସୋନପୁର କୋଶଳ ଆବାସିକ ଊଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଏହାକୁ ଉଦଘାଟନ କରି ଆମ ଜ଼ିଲ୍ଲାରେ ଯେଭଳି ରୋଗୀଙ୍କ ପାଇଁ ଆଦୌ ରକ୍ତର ଅଭାବ ନ ହେବ ଏବଂ ଅଧିକରୁ ଅଧିକ ଯେଭଳି ନୁଆଁ ରକ୍ତଦାତା ସୃଷ୍ଟି ହେବେ ସେଥି ପ୍ରତି ସମସ୍ତେ ଏଭଳି ଶିବିର ଆୟୋଜନ ମାଧ୍ୟମରେ ପ୍ରଚେଷ୍ଟl ଜାରି ରଖିବାକୁ ପରାମର୍ଶ କହିଥିଲେ l ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ l ସମୁଦାୟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ୧୫ ଜଣ ମହିଳା ରକ୍ତ ଦାତା ରକ୍ତଦାନ କରିଥିଲେ l କୋଶଳ ହାଇସ୍କୁଲର ଅଧ୍ୟକ୍ଷ ସଞ୍ଜୟ ସାହୁ, ପ୍ରାଧାନ ଶିକ୍ଷକ ପରମାନନ୍ଦ ନାଏକ, ସାମ୍ୱାଦିକ ପିତାମ୍ବର, ଓ ରକ୍ତ ଦାତା ସଂଘର ଉଦ୍ୟୋକ୍ତl ମନୋଜ ପଣ୍ଡା ଏହାକୁ
ଆୟୋଜନ କରିଥିଲେ l ଶିବିରର ଉଦଯାପନୀ ବେଳେ ପୋଲିସ ଆର ଆଇ ପ୍ରଦ୍ୟୁମ୍ବ ପଟେଲ, ସୋନପୁର ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର, ତରଭା ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ, ସାମ୍ବାଦିକ ଦିଲ୍ଲୀପ ପାତ୍ର,ପ୍ରକାଶ ବେଵର୍ତା, ଶୁକ୍ଳlମ୍ବର ପାଣିଗ୍ରାହୀ, ମନୋରଞ୍ଜନ ତ୍ରିପାଠୀ ଯୋଗ ଦେଇ ରକ୍ତଦାତା ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ l ଯାଦୁଗର କୋଶଳେଶ୍ୱର ଭୋଇ, ମନ୍ମଥ ପ୍ରାଧାନଙ୍କ ସମେତ ବ୍ଲଡ଼ ବ୍ୟାଙ୍କ ଅଫିସର ଦୁର୍ଗlଦତ୍ତ ଦାଶ, ରକ୍ତ ଭଣ୍ଡାର ର ଜଗତ ଦରୱାନ, ଟିଟୁ ଭୋଇ, ଯୁଧିଷ୍ଠିର ନାଏକ, ସୁନୀଲ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ l