-+91-9937148622 |
prerana_bgr@rediffmail.com |
Monday 23rd March 2026 |
R.N.I. Regd No. ODIODI/2010/46693
Breaking News
12-Jan-2023
ଗୁଡ଼ଭେଲା,(ପଞ୍ଚାନନ ନାଏକ) ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବାରବାଟୀରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲାବ୍ଳକ ବିଭିନ୍ନ ପଞ୍ଚାୟତ, ସ୍କୁଲ ଓ କଲେଜ ପରିସରରେ ଟିଭି ମାଧ୍ୟମରେ ସିଧା ପ୍ରସାରଣ ଦେଖିବାକୁ ମିଳିଥିଲା । ଗୁଡ଼ଭେଲା ଗ୍ରାମପଞ୍ଚାୟତ ପରିସରରେ ପ୍ରଜେକ୍ଟର ମାଧ୍ୟମରେ ଏହାର ସିଧା ପ୍ରସାରଣ ସରପଞ୍ଚ ସନ୍ତୋଷିନୀ ମହାପାତ୍ର, କାର୍ଯ୍ୟନିର୍ବାହ ଅଧିକାରୀ ଗୋପାଳ ସେଠ, ୱାର୍ଡ ମେମ୍ବର, ଛାତ୍ରଛାତ୍ରୀ ଦେଖିଥିଲେ। ଏହା ସହିତ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ କରାଯିବା ସହ କୃତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।