-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଓଡ଼ିଆ ସିନେମା ଡେଲିଭରି ବୟ ର ସଙ୍ଗୀତ ଲୋକାର୍ପିତ

10-Jan-2023



ଭୁବନେଶ୍ୱର  : ବର୍ତ୍ତମାନ ସବୁକିଛି ଅନଲାଇନରେ ଉପଲବ୍ଧ । କୌଣସି ବି ଜିନିଷ ଅନଲାଇନରେ ମଗେଇଲା ପରେ କମ୍ପାନିରୁ ଗ୍ରାହକଙ୍କ ପାଖକୁ ପହଞ୍ଚାଇବା ପାଇଁ ଡେଲିଭରି ବୟ ହିଁ ଏକମାତ୍ର ଯୋଗସୂତ୍ର । ହେଲେ ଠିକ ସମୟରେ, ଠିକ ବ୍ୟକ୍ତି ପାଖରେ ତଥା ସଠିକ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି ବୟକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ହୁଏ। ଜଣେ ଡେଲିଭରି ବୟ ସାମନା କରୁଥିବା ସେହି ସବୁ ଅସୁବିଧାକୁ ନେଇ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଡେଲିଭରି ବୟ' ନିର୍ମାଣ ହୋଇଛି।

ଭୁବନେଶ୍ବରସ୍ଥିତ ଉତ୍କଳ‌ ଗ୍ୟାଲେରିଆ ଠାରେ ଚଳଚ୍ଚିତ୍ରର ସଙ୍ଗୀତ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି‌ ଅବସରରେ ମୁଖ୍ୟ ଅତିଥି ଭାବେ ମୋ କଲେଜର ଅଧ୍ୟକ୍ଷ ଅଭିନେତା ଆକାଶ ଦାସ ନାୟକ, ଅଭିନେତା ବୁଦ୍ଧାଦିତ୍ୟ, ଶକ୍ତି ବରାଳ, ଶୈଳେନ୍ଦ୍ର, ଅଭିନେତ୍ରୀ ସୂର୍ୟମୟୀ, ପ୍ରିୟମ୍ବଦା, ନିର୍ଦ୍ଦେଶକ ଅଶ୍ବିନୀ ତ୍ରୀପାଠୀ, ଗୀତିକାର ସୂର୍ଯ୍ୟ ମହାପାତ୍ର, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଜେ.ଆର.ଏମ ଙ୍କ କାହାଣୀ, ଅଶ୍ୱିନୀ ତ୍ରିପାଠୀଙ୍କ ଚିତ୍ରନାଟ୍ୟ ତଥା ଡକ୍ଟର ଦୀପକ ଜେନାଙ୍କ ସଂଳାପ ରଚନା ସହ ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓ ଜେ.ଆର. ଏମ ଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ବୁଦ୍ଧାଦିତ୍ୟ ମହାନ୍ତି, ସୂର୍ଯ୍ୟମୟୀ, ପ୍ରିୟମ୍ବଦା ଓ ଶୈଳେନ୍ଦ୍ର ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।  ଅନ୍ୟାନ୍ୟ ଚରିତ୍ରରେ ଶକ୍ତି ବରାଳ,  ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ ନିଜେ, ଅମନ୍, ଗୁଡ୍ଡୁ ଓ ପୁପୁଲ ଭୂୟାଁ ଅଭିନୟ କରିଛନ୍ତି  । ଏହି ଚଳଚ୍ଚିତ୍ର ପାଇଁ ପ୍ରଖ୍ୟାତ ଗୀତିକାର ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଉଦିତ ନାରାୟଣ, ହ୍ୟୁମାନ ସାଗର, ଅସୀମା ପଣ୍ଡା ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି  ।

ପ୍ରଯୋଜନା ସଂସ୍ଥା ଜେଆରଏମ୍ (ଇନଫ୍ୟୁଜନ ଇଣ୍ଟରଟେନମେଣ୍ଟ)  ଦ୍ୱାରା ପ୍ରଯୋଜିତ ଓ ପରିକଳ୍ପିତ କାହାଣୀ କୁ ନେଇ ନିର୍ମାଣ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ପ୍ରାୟ ଆଠ ମାସ ସମୟ ନେଇ ଲେଖିଛନ୍ତି ଡକ୍ଟର ଦୀପକ ରଞ୍ଜନ ଜେନା l ପ୍ରଯୋଜନା ସଂସ୍ଥା ତରଫରୁ ଏହି କାହାଣୀ ପରିକଳ୍ପନା ସମୟରେ ଡକ୍ଚର ବାଦଲ ମହାନ୍ତି ଏବଂ ଅଭିନେତ୍ରୀ ମହାଶ୍ୱେତା ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଗୋଟିଏ ପ୍ରକୃତ ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଛି। କାହାଣୀର ଚିତ୍ରନାଟ୍ୟ ଏପରି ହୋଇଛି ଯେ ଚାରୋଟି ଯାକ ମୁଖ୍ୟ ଚରିତ୍ରକୁ ସମାନ ଭାବରେ ଗୁରୁତ୍ୱ ଦିଆଯାଇଛି । ଏହା ସହ ଏହି ଚଳଚ୍ଚିତ୍ରରେ ପ୍ରତ୍ୟେକଟି ଚରିତ୍ରକୁ ନ୍ୟାୟ ପ୍ରଦାନ କରି ସେମାନଙ୍କର ଭୂମିକାକୁ ଦମଦାର କରାଯାଇଛି। କାହାଣୀରେ ସଡ଼କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ପ୍ରଯୋଜକ ଜ୍ୟୋତି ରଞ୍ଜନ‌ ମହାନ୍ତି ମତ ପ୍ରକାଶ କରିଛନ୍ତି l 

କାହାଣୀ ଯେପରି ବଳିଷ୍ଠ ସେପରି  ଚଳଚ୍ଚିତ୍ରର ସଙ୍ଗୀତ ମଧ୍ଯ ଖୁବ ବଳିଷ୍ଠ ଏବଂ ସମ୍ପୂର୍ଣ୍ଣ ଭିନ୍ନ ଧରଣର ହୋଇଛି। ଗୀତଗୁଡ଼ିକ ସଙ୍ଗୀତରେ ସଜେଇବା ପାଇଁ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ୩୮ ଦିନ ସମୟ ନେଇଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ରର ଟାଇଟଲ ଗୀତକୁ ରାପ୍ ସଙ୍ଗୀତ ଭାବରେ ସଜାଯାଇଛି । ଏହା ସହ ଆଉ ଚାରୋଟି ଗୀତ ରହିଛି । 'ପାନ ଗୁଆ ଖଇର ଗୁଆକାତି..., ଆମେ ସବୁ ଗଭର୍ନର ଙ୍କ ବଡ଼ ନାତି...' ଏହି ଗୀତ ଆଗାମୀ ଦିନରେ ଶ୍ରୋତା ଙ୍କୁ ବେଶ ପସନ୍ଦ ଆସିବ ବୋଲି ସଙ୍ଗୀତ ନିର୍ଦ୍ଦେଶକ ଦୃଢୋକ୍ତି ପ୍ରକାଶ କରିଛନ୍ତି l  ବସ୍ତି ଅଞ୍ଚଳରେ ରହୁଥିବା ଜଣେ ଗରିବ ଲୋକର ଜୀବନ ଓ ଧନୀ ଲୋକଙ୍କ ଜୀବନର ତୁଳନା ଏହି  ଗୀତରେ କରାଯାଇଛି। ଗୀତ ଗୁଡ଼ିକ ମଧ୍ୟରେ ଜଣେ ସାଧାରଣ ଲୋକ ନିଜ ଜୀବନର ଝଲକ ପାଇବ। ସବୁବେଳେ ରୋମାଣ୍ଟିକ୍ ଗୀତ ଗାଉଥିବା ଉଦିତ ନାରାୟଣ ଏହି ଗୀତ ମାଧ୍ୟମରେ ପ୍ରଥମ ଥର ପାଇଁ  ଏକ ଡ୍ୟାନ୍ସ ନମ୍ବର ଗାଇଛନ୍ତି ଓ ମୁମ୍ବାଇରେ ରେକଡିଂ ହୋଇଥିବା ଏହି ଗୀତ ସେ ପାଇଁ ପ୍ରାୟ ୭ ରୁ ୮ ଘଣ୍ଟା ସମୟ ନେଇଥିଲେ। ଚଳଚ୍ଚିତ୍ର  ଓଡିଶାର ଭୁବନେଶ୍ବର,କଟକ,
ରାଉରକେଲା,ବ୍ରହ୍ମପୁର ଓ ଅନୁଗୁଳ ସମେତ ୭ଟି ସହରର ବିଭିନ୍ନ ମଲ୍ ରେ ଚଳଚ୍ଚିତ୍ରର କଳାକାରମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନବ ଶୈଳିରେ ପ୍ରଚାର ପ୍ରସାର କରାଯିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍  ହେଡ ସୂଚନା‌ ଦେଇଛନ୍ତି।
ସମ୍ପୂର୍ଣ୍ଣ ମୌଳିକ କାହାଣୀ ଉପରେ ଆଧାରିତ "ଡେଲିଭରୀ ବୟ" ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।
ଆମର ମ୍ୟୁଜିକ ସଙ୍ଗୀତ ବିତରଣ ଦାୟିତ୍ବ ନେଇଛନ୍ତି ,ସମସ୍ତ ଗୀତ ଆଜିଠାରୁ ଆମର ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ୍ ରେ ଦେଖିପାରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦେଇଛନ୍ତି।

(ଅମୃତ ନନ୍ଦ ଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like