ତୁରେକେଲା (ପୂର୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ପରିସରରେ ଆଜି ବ୍ଳକସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ପୂଜା ବେହେରା,୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ କୌଶିକ ମେହେର , ଉପାଧ୍ୟକ୍ଷା ଧନୁମତି ଖୁରା, ଗୋଷ୍ଠୀ ଉନ୍ନୟନ "/>
-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2023
ଅଧିକାରୀ ଦେବାଶିଷ ସାମଲ ମଞ୍ଚାସୀନ ଥିଲେ। ଏବଂ ଏହି କାର୍ଯ୍ୟକ୍ରମ ରେ ବିରଞ୍ଚି ନାରାୟଣ ଦାସ ଓ ଅଶୋକ ପାଣିଗ୍ରାହୀ ମଞ୍ଚପରିଚାଲନା କରିଥିଲେ। ପ୍ରଥମେ ବ୍ଳକର ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ବାରା ଏକ ମଶାଳଯାତ୍ରା କରାଯାଇଥିଲା ଓ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୂଜାର୍ଚ୍ଚନା କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପଶ୍ଚିମାଞ୍ଚଳର କଲା ଓ ସଂସ୍କୃତି କୁ
ବଜାୟ ରଖିବା ପାଇଁ ଶ୍ରୀ ସନ୍ତୋଷ ସିଂ ସାଲୁଜା ଉପଦେଶ ଦେଇଥିଲେ।ପରେ ତୁରେକେଲା ଅଞ୍ଚଳର କଲାକାର ମାନେ ନିଜ ନିଜର କଲା ପ୍ରଦର୍ଶନ କରି ମୁଖ୍ୟ ଅତିଥି ଶ୍ରୀ ସାଲୁଜାଙ୍କ ଠାରୁ ସାର୍ଟିଫିକେଟ ନେଇଥିଲେ। ଏହି ଲୋକ ମହୋତ୍ସବ କୁ ଶତାଧିକ କଲାକାର ଓ କଲାପ୍ରେମୀ ଯୋଗଦାନ କରି ଉପଭୋଗ କରୁଥିଲେ।ଯେଉଁ କଲାକାର ମାନେ ଭଲ କଳା ପ୍ରଦର୍ଶନ କରିଛନ୍ତି ସେହି କଲାକାର ମାନଙ୍କୁ ଉପଖଣ୍ଡସ୍ତରୀୟ ଲୋକ ମହୋତ୍ସବ ପାଇଁ ଚୟନ କରାଯାଇଛି।