-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
10-Jan-2023
ଆଗଲପୁର (ପ୍ରେରଣl ଖବର): ବଲାଙ୍ଗିର ଜିଲ୍ଲା ଆଗଲପୁର tଡୁଡୁକା ବ୍ଲକ ହରଭଙ୍ଗା ଗାଁ ରେ ମିଳିନି ପି ଡି ଏସ୍ ଚାଉଳ, ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l
ନିୟମିତ ପିଡିଏସ୍ ଚାଉଳ ଯୋଗାଣ ଦାବିରେ ବିଡ଼ିଓ ଙ୍କୁ ଦାବି ପତ୍ର ଦେଲେ ଗ୍ରାମବାସୀ l ଚଳିତ ମାସ ପଞ୍ଚାୟତର ସବୁ ଗାଁ କୁ ଚାଉଳ ବଣ୍ଟା ହୋଇସାରିଛି ହେଲେ ଦୁଃଖର ବିଷୟ, ହରଭଙ୍ଗା ଗାଁ କୁ ମିଳିନି ଏହି ଚାଉଳ l ଗାଁ ରେ ଗରିବ ଶ୍ରେଣୀ ଲୋକ ହିଁ ଚାଉଳ ପାଇଥାନ୍ତି ଗ୍ରାମବାସୀ l ଆଜି ସରକାରୀ ଉଦାସୀନତା ର ଶିକାର ହୋଇଛନ୍ତି ହରଭଙ୍ଗା ଗ୍ରାମବାସୀ lଠିକ ସମୟରେ ଚାଉଳ ନ ମିଳିଲେ ଗ୍ରା.ପ. କାର୍ଯ୍ୟାଳୟ ସମ୍ବୁଖରେ ଧାରଣା ସହ ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ l ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସରକାର ଦାୟୀ ରହିବେ ବୋଲି କୁହାଯାଇଛି l ଦାବିପତ୍ର ଦେଲା ସମୟରେ ତୀର୍ଥ ରାଜ୍ ପ୍ରଧାନ ଓ ଅନୁଭବ ସାହୁ ସାଙ୍ଗରେ ଗ୍ରାମ ବାସୀ ଉପସ୍ଥିତ ଥିଲେ