-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
10-Jan-2023
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକାର ଇଷ୍ଟଦେବୀ ମା ନାରାୟଣୀ ଦେବୀଙ୍କ ଠାରୁ ଆଜ୍ଞାମାଳ ଆଣିବା ପରେ ସନ୍ଧ୍ୟାରେ ବିନିକା-ପାପକ୍ଷୟ ଲୋକ ମହୋତ୍ସବ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି । ବିନିକା ଅଞ୍ଚଳର କଳା,ସଂସ୍କୃତି,ଐତିହ୍ୟ ଓ ପରମ୍ପରା କୁ ବଜାୟ ରଖିବା ପାଇଁ କମିଟିର ସମସ୍ତ ସଦସ୍ୟ,କଲାପ୍ରେମୀ ଏକତ୍ରିତ ହୋଇ ମାଁ ନାରାୟଣୀ ଙ୍କ ଠାରେ ଯଥାରିତ ପୂଜାର୍ଚ୍ଚନା କରି ଦେବୀ ଙ୍କ ଠାରୁ ଆଜ୍ଞାମାଳ ଆଣିଥିଲେ ।ପରେ ଢୋଲ,ନିଶାନ ର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିନିକା ସ୍ପୋର୍ଟସ କ୍ଲବ ପରିସରକୁ ଆସିବା ପରେ କମିଟି ସଭାପତି ସୁଧାଂଶୁ ଶେଖର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ ଓ ବିଡ଼ିଓ ବ୍ୟାସଦେବ ବେହେରା ଅତିଥି ଭାବେ ଯୋଗଦେଇ ମହୋତ୍ସବ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ । ପରେ ଅତିଥି ଓ କମିଟି ସଦସ୍ୟ ମାନେ ପଶ୍ଚିମ ଓଡ଼ିଶାର
ମହାନ ନାଟ୍ୟକାର, ଅଭିନେତା ତଥା ବିନିକା ମାଟିର ସୁସନ୍ତାନ ସ୍ବର୍ଗତ ଅକଲ ବିହାରୀ ପଣ୍ଡାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କର ଆଶୀର୍ବାଦ ନେଇଥିଲେ ।ଉଦଘାଟନୀ ସମାରୋହରେ କମିଟି ସମ୍ପାଦକ ମାନସ ବେହେରା,ପୁରୁଣା ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଭାପତି ସନ୍ତୋଷ ପଣ୍ଡା,ଓଡ଼ିଶା ନାଟକ ଏକାଡେମୀ ସଦସ୍ୟ ଶାଶ୍ଵତ ତ୍ରିପାଠୀ,କମିଟି ଉପଦେଷ୍ଟା ଭୀମସେନ ସାହୁ,ସୋମନାଥ ମିଶ୍ର,ହିମାଂଶୁ ଭୁଷଣ ପଣ୍ଡା,ଧର୍ମରାଜ ପଣ୍ଡା,ବିଜୟ ବରାଇ,ସନ୍ତୋଷ ସାହୁ,ରବୀନ୍ଦ୍ର ପାତ୍ର,ହାଡୁ ବଢେଇ,ନବଜୀବନ ପଣ୍ଡା,ଆନନ୍ଦ ହୋତା,ସମୀର ପଣ୍ଡା,ପୀତବାସ ମେହେର,ଜିତୁ ମାହାଲିଂ ପ୍ରମୁଖଙ୍କ ସମେତ ଶତାଧିକ କାଳପ୍ରେମୀ ଉପସ୍ଥିତ ଥିଲେ ।