-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
09-Jan-2023
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ହାଇସ୍କୁଲ୍ ର ୧୯୮୮ ମାଟ୍ରିକ ଵ୍ୟାଚ ର ବନ୍ଧୁ ମିଳନ କେସିଙ୍ଗା ବ୍ଲକ ଐତିହାସିକ ଧବଳେଶ୍ଵର ପୀଠରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୫ ଵର୍ଷ ପରେ ବନ୍ଧୁମାନେ ପ୍ରଥମ ଥର ଏକତ୍ରିତ ହୋଇ ଥିବା ଯୋଗୁ ନାହିଁ ନ ଥିବା ଖୁସି ଅନୁଭବ କରି ଥିଲେ । ଅତୀତ ର ସ୍ମୃତି କୁ ମନେପକାଇ ନିଜ ନିଜ ର ସ୍ମୃତି କୁ ବଖାଣି ଥିଲେ । ଦୀର୍ଘ ଦିନ ପରେ ଏକତ୍ରିତ ହୋଇ ଥିବା ଯୋଗୁ ଖୁସିରେ ମସଗୁଲ ହୋଇ ଯାଇଥିଲେ । ଏଥିରେ ଇଣ୍ଟରନେସନାଲ ଡେଭଲପମେଣ୍ଟ ଅରଗାନାଇଜେସନ ର ପ୍ରୋଗ୍ରାମ ମେନେଜର ସରୋଜ କୁମାର ବାରିକ, ପ୍ରଥମ ଓଡ଼ିଶା ର ସ୍ଵେଚ୍ଛାସେବୀ ପ୍ରହଲ୍ଲାଦ ପ୍ରଧାନ ,ଆଡଭୋକେଟ ତଥା ସମାଜସେବୀ ଝସକେତନ ରଣା,ଶିକ୍ଷକ ସହଦେବ ସାହୁ,ମୀନକେତନ ସୁନା,ଗୋକୁଳ ଚନ୍ଦ୍ର ପ୍ରଧାନ,ହେମନ୍ତ କୁମାର ବେହେରା , ଅନ୍ତର୍ଯ୍ୟାମୀ ମଲ୍ଲିକ, ନରେନ୍ଦ୍ର ନାଗ, ଫକୀର ଭୋଗ, ଅଶୋକ କୁମାର ରଣା, ଅନୀଲ ଗହୀର, ପ୍ରଦୀପ କୁମାର ସାହୁ,ଵିଷିଷ୍ଟ ନାଟ୍ୟକାର ନିର୍ଦ୍ଦେଶକ ଭାଗିରଥୀ ଷଡ଼ଙ୍ଗୀ,ବ୍ୟଵସାୟୀ ପ୍ରଶାନ୍ତ ଜୈନ,ଅନୀଲ କୁମାର କେଡିଆ, ମନୋଜ କୁମାର ମେହେର,ଯୁଗାନ୍ତ ସାଗର,ହୋଟେଲ ବ୍ୟଵସାୟୀ ସତ୍ୟନାରାୟଣ ପୁଟେଲ,ପୋଲିସ କନେଷ୍ଟବଳ ରାମଲାଲ ମଲ୍ଲିକ, କିରାଣୀ କ୍ଷୀରୋଦ୍ର ସାହୁ, ପୂର୍ବତନ ସମିତି ସଭ୍ୟ ସଞ୍ଜିବ କୁମାର ରଣା,ବିଶିଷ୍ଟ ଚାଷୀ ଧବଳେଶ୍ଵର ସାହୁ,ଟଙ୍କଧର ରଣା,ପୀତବାସ ରଣା,ହନ୍ ସରାଜ ପ୍ରଧାନୀ ,ରାମଚନ୍ଦ୍ର ଦାଶ ,ଡୋଳାମଣି ଭୋଇ। ପ୍ରମୁଖ ଯୋଗ ଦେଇଥିଲେ ।