-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
09-Jan-2023
ବଲାଙ୍ଗିର(ପ୍ରେରଣା ଖବର) ଓଡିଶାରେ ଆନ୍ତର୍ଜାତୀୟ ହକି ଆୟୋଜନ ଅବସରରେ ଆଜି ବଲାଙ୍ଗିର ପୋଲିସ କଲୋନି ସ୍ଥିତ ମନୋହର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍କୁଲ ପରିସରକୁ ସଫାସୁତୁରା କରାଯାଇଥିଲା l ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟ ଲଷ୍ମୀ ମିଶ୍ରଙ୍କ ପରିଚାଳନାରେ ଛାତ୍ରଛାତ୍ରୀ
ମାନେ ସ୍କୁଲ ପରିସରକୁ ନିଜ ହାତରେ ସଫାସୁତୁରା କରିଥିଲେ l ପାଠ ପଢା ବ୍ୟତିତ ଗୋଟିଏ ଉତ୍ତମ ବିଦ୍ୟାର୍ଥୀ ପାଇଁ ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ଜରୁରୀ ବୋଲି ପ୍ରଧାନ ଶିକ୍ଷୟତ୍ରୀ ବିଜୟଲଷ୍ମୀ ମିଶ୍ର ସମସ୍ତଙ୍କୁ ବୁଝାଇ ଥିଲେ l ସ୍କୁଲ ପିଲାଙ୍କ
ମଧ୍ୟରେ ବକ୍ତୃତା, ନାଚ, ଗୀତ, କୁଇଜ୍, ଝୋଟି ଆଦି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ପରିଚାଳନା କମିଟି ର ସଭ୍ଯ ସଭ୍ୟା ସହଯୋଗ କରିଥିଲେ l