-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
08-Jan-2023
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁସୁର୍ଲା ମନ୍ଦିର ପ୍ରାଙ୍ଗଣରେ ରବିବାର ପତ୍ରିକା ଭୀମା ର ବାର୍ଷିକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ଭୀମା ପତ୍ରିକା ର ମୁଖ୍ୟ ସମ୍ପାଦକ ତଥା ପ୍ରତିଷ୍ଠାତା ମେଦିନୀଧର ଜାନୀ ଙ୍କ ସଭାପତି ତ୍ୱ ରେ ମକର ମେଳା ପୂଜା କମିଟି ସମ୍ପାଦକ ସୁଶାନ୍ତ ଜାନୀ,ଯୋରାଡ଼ବରା ଗ୍ରା. ପ.ର କନ୍ଧ ସମାଜ ସଭାପତି ଭୀମ ଭୋଇ ,ସମ୍ପାଦକ ନନ୍ଦ କିଶୋର ମାଝୀ , ଦୁର୍ଯ୍ୟୋଧନ ଭୋଇ , ବାଲି ମାଝୀ , ଜଳନ୍ଧର ଭୋଇ , ବାଦୁଲୁ ଜାନୀ , ଚତୃଭୂଜ ଜାନୀ , ଗୋବିନ୍ଦ ମାଝୀ , ତରୁଣ ଜାନୀ, ଲଲିତ ମୋହନ ଭୋଇ, ଶିକ୍ଷାବୀତ ନେତ୍ରାନନ୍ଦ ବଡ଼ମାଳି ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ତେବେ ବାର୍ଷିକ ମହୋତ୍ସବ ଟି ଆସନ୍ତା ୧୫ ତାରିଖରେ ମକରମେଳା ମଣ୍ଡପ ରେ ଉତ୍ସବ ପାଳନ କରାଯିବା ସହ ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯିବା କୁ ସ୍ଥିର କରାଯାଇ କୁଶୁର୍ଲା ମକରମେଳା ପୂଜାକମିଟି ର ସହଯୋଗ କାମନା କରିଥିଲେ।ଶେଷରେ କୂଳମଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।