-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
07-Jan-2023
ଲୋଇସିଂହା(ବିନୋଦ କୁମାର ଦୀପ) ସ୍ଥାନୀୟ ବ୍ଲକ ସଭା ଗୃହରେ ୨୧ତମ ବଲାଙ୍ଗୀର ଲୋକ ଉତ୍ସବ ପାଇଁ ବ୍ଲକ ସ୍ତରୀୟ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକଟି ବିଡ଼ିଓ ଆକାଶରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପସ୍ଥିତ ଥିଲେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ, ଏବିଡିଓ ବିଜୟ କୁମାର ହୋତା, ଜିପିଓ କିଶୋରଚନ୍ଦ୍ର ମାନସିଂହ ସହ ୨୦ଟି ପଂଚାୟତର ସରପଞ୍ଚ ଓ ସମିତି ଉପସ୍ଥିତ ଥିଲେ l ବ୍ଲକ କଳାକାର ସଂଘର ସମସ୍ତ ସଭ୍ୟ, ସମସ୍ତ ବରିଷ୍ଠ କଳାକାର ଯୋଗଦାନ କରିଥିଲେ l ଆସନ୍ତା ଜାନୁଆରୀ ୧୦ ତାରିଖ ବ୍ଲକ ସ୍ତରୀୟ ଲୋକଉତ୍ସବ ଅନୁଷ୍ଠିତ ହେବାପାଇଁ ସ୍ଥିରୀକୃତ ହୋଇଛି l ଏଣୁ ଏହିଦିନ ସକାଳ ୧୦ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି l