-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
07-Jan-2023
ବଲାଙ୍ଗିର (ପ୍ରେରଣା ଖବର) : ଆଗରୁ ତୃତୀୟ ଲିଙ୍ଗୀ ବା କିନ୍ନର ସମାଜକୁ ଭଲ ନଜରରେ ଦେଖାଯାଉ ନଥିଲା। ଯେଉଁଥିପାଇଁ ଏହି କିନ୍ନର ମାନଙ୍କୁ ଅପ୍ରୀତିକର ପରିସ୍ଥିତି ର ସମ୍ମୁଖୀନ ହେବାକୁ ପଡୁଥିଲା l ଏମାନଙ୍କୁ ସହଯୋଗ ଓ ସହାନୁଭୂତିର ହାତ ବଢାଇଛନ୍ତି ନାରୀ ଶକ୍ତି ଫାଉଣ୍ଡେସନ l କିନ୍ନର ଗୋଷ୍ଠୀର ସଭାନେତ୍ରୀ ହିମାନୀଙ୍କ ଉପସ୍ଥିତିରେ ବଲାଙ୍ଗିର ସହରର କିନ୍ନର ମାନଙ୍କୁ ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ ର ବରିଷ୍ଠ ସଭ୍ୟା ସରିତା ଦାସ, ନୂତନ ଦାସ, ନୂତନ ସେନଦିରିଆ, ଅଙ୍କିତl ଦାସ ପ୍ରମୂଖ ସହଯୋଗ କରିଥିଲେ