-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
07-Jan-2023
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଜଣେ ଆଇନ୍ଜୀବୀ ନିଜ ଲାଇସନ୍ସ ସରେଣ୍ଡର୍ କରିଛନ୍ତି। ଅନୁପ କୁମାର ପରିଡ଼ା ନାମକ ଏହି ଯୁବ ଆଇନ୍ଜୀବୀ ଜଣ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି/ସଂପାଦକଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ମୁଁ ଜିଲ୍ଲା ଓକିଲ ସଂଘର ଜଣେ ସଦସ୍ୟ। ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଏହାର ଏକତା ଓ ସୌହାର୍ଦ୍ଦ୍ୟ ପାଇଁ ପରିଚିତ। ଏହି ଗୌରବମୟ ସଂଘର ଅଂଶଭାବେ ମୁଁ ଗର୍ବ ଅନୁଭବ କରେ। ଗତ ନଭେମ୍ବର ୧୫ରେ ହୋଇଥିବା ସଂଘର ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା ଯେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ କାରଣରୁ ଯଦି ଆଇନ୍ଜୀବୀ ପରିଷଦ କୌଣସି ଜଣେ ସଦସ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତା’ହେଲେ ସଂଘର ସମସ୍ତ ସଦସ୍ୟ ନିଜ ଲାଇସନ୍ସ ସରେଣ୍ଡର କରିବେ। ସାଧାରଣ ପରିଷଦର ଉକ୍ତ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେ ନିଜ ଲାଇସନ୍ସ ସରେଣ୍ଡର କରୁଥିବା ଶ୍ରୀ ପରିଡ଼ା କହିଛନ୍ତି। ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି। ଶ୍ରୀ ପରିଡ଼ାଙ୍କ ଏଭଳି ପଦକ୍ଷେପ ଏବେ ଚର୍ଚ୍ଚା ସୃଷ୍ଟି କରିଛି I