-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
06-Jan-2023
ସୁବର୍ଣ୍ଣପୁର: ଶ୍ରୀ ରାମଜୀ ମହାପ୍ରଭୁ ଙ୍କ ପୁଷ୍ୟlଭିଷେକ ଉପଲକ୍ଷେ ସୋନପୁର ମଝିପଡା ରାମଜୀ ମନ୍ଦିର ଠାରେ ରାମଚରିତ ମାନସ ଓ ନବାହ ପରାୟଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି l ବ୍ୟାସ ଚୈତନ୍ୟ ମିଶ୍ର (ରଫାଖୋଲ ) ଙ୍କ ଦ୍ୱାରା ଏହି ସଂଗୀତ କାର୍ଯ୍ୟକ୍ରମ କୁ ପରିବେଷଣ କରାଯାଇଥିବା ବେଳେ ଅଟଳ ବିହାରୀ ମହାପାତ୍ର ଶସ୍ତ୍ରିକ କର୍ତ୍ତା ଭାବେ ଓ ପୂଜକ ଚୈତନ୍ୟ ପୂଜାରୀ
ଯୋଗ ଦେଇ ନିଷ୍ଠା ର ସହ କାର୍ଯ୍ୟ ତୁଲାଇ ଥିଲେ l ରାମଜୀ ମହିଳା ମଣ୍ଡଳ ସଭ୍ୟା ମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବୃନ୍ଦାବନ ଦଳାଇ, ମନବୋଧ ଭୋଇ, ମାନ ଭଂଜନ ସାହୁ, ଭାକୋଡୋ ସ୍ୱାଇଁ, ରାମଜୀ ଲାଲ ନେଗୀ ଙ୍କ ତତ୍ୱାବଧାନ କରିଥିଲେ l କଳ୍ପନା ଭୋଇ, କଳ୍ପନା ତ୍ରିପାଠୀ, ସୁଭଦ୍ରା ଦଳାଇ, ଲଷ୍ମୀ ମଲ୍ଲିକ, ମିନତୀ ବେଦବାକ, ସତ୍ୟ ଭାମା ମିଶ୍ର ପ୍ରମୁଖ ସମସ୍ତ ସଭ୍ୟl ସହଯୋଗ କରିଥିଲେ l ଆଜି ରାମଜୀ ମହାପ୍ରଭୁ ଙ୍କୁ ଭଜନ ନଗର କୀର୍ତନ ସହିତ ସାହି ପରିକ୍ରମା କରାଯାଇଥିଲା l ଏଥିରେ ସାହି ତଥl ସହର ର ହଜାର ଭକ୍ତ ଶ୍ରଦ୍ଧାଳୁ ସାମିଲ ଥିଲେ l