-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
06-Jan-2023
ବଲାଙ୍ଗିର, - ଆଜି ପଶ୍ଚିମ ଓଡିଶାର ଏକ ବଡ ପର୍ବ ପୁଷପୁନି । ସମସ୍ତେ ନିଜ ନିଜ ପରିବାର ରେ ଆନନ୍ଦ ଉଲ୍ଲାସରେ ମସଗୁଲ ରହିଥାନ୍ତି । ଠିକ୍ ସେତି ବେଲେ ସଂଜୀବ ବିଶ୍ୱାଲ ସେ ସବୁକୁ ଅଣଦେଖା କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି । ଦେଓଗାଁ ବ୍ଲକ ଉପରଝର ଗ୍ରାମର ସୌରୀ ବିଶ୍ୱାଳ ବଲାଙ୍ଗିର ଭୀମ ଭୋଇ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି, ତାଙ୍କ ଶରୀରରେ ରକ୍ତାଭାବରୁ ଡାକ୍ତର ତାଙ୍କୁ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ । ତାଙ୍କ ପୁତ୍ର ଋତୁରାଜ ବିଶ୍ୱାଲ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ବେଲପଡା ବ୍ଲକ ଝାଙ୍କରୀପାଲି ଗ୍ରାମର ସଂଜୀବ ବିଶ୍ୱାଳ ୭୦ କିମି ଦୂରରୁ ଆସି ରକ୍ତଦାନ କରିଥିଲେ ।ରକ୍ତଦାନ କରି ସୌରୀ ବିଶ୍ୱାଳଙ୍କ ଜୀବନ ବଞ୍ଚାଇ ଥିବାରୁ ଉପରଝର ଗ୍ରାମବାସୀ ସଂଜୀବ ବିଶ୍ୱାଳକୁ ଶୁଭେଚ୍ଛା ଜଣାଇଛନ୍ତି ।