-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||     

HOME   ଜିଲ୍ଲା

ଜନକପୁର ଗାଁରେ ପୁଷପୁନି ତିହାର... ଚଗଲା ପରିଚ୍ଛାଙ୍କ ଉଦ୍ୟମରେ ୮୦ଟି ପରିବାର ମିଳିତ ଭାବରେ ପାଳିଲେ ତିହାର

06-Jan-2023



ବଲାଙ୍ଗୀର(ପ୍ରେରଣା ଖବର)-ସଂପ୍ରତି ଗାଁ ଗାଁରେ ଲୋକଙ୍କ ମଧ୍ୟରେ ମତଭେଦ ଦେଖାଦେଉଛି । ସେମାନଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ରହି ଗାଁମାନଙ୍କରେ ଅଶାନ୍ତି ଦେଖାଦେଉଛି । କିନ୍ତୁ ବଲାଙ୍ଗୀର ସଦରବ୍ଲକ ଅନ୍ତର୍ଗତ ଜନକପୁର ଗାଁ ଏକ ନିଆରା ଗାଁ ପାଲଟିଛି । ଦୀର୍ଘବର୍ଷ ହେଲା ଏହି ଗାଁରେ ଗ୍ରାମର ସମସ୍ତେ ମିଳିତ ଭାବରେ ପୁଷପୁନି ତିହାରକୁ ପାଳନ କରିଆସୁଛନ୍ତି । ଆଜି “ଛେରଛେର ବୁଢୀ ଛେରଛେରା” ଡାକରେ ଗାଁ କମ୍ପିଉଠୁଥିଲା । ବାଦ୍ୟର ତାଳେ ତାଳେ ନାଚଗୀତ,ଭୋଜିଭାତର ଆସର ଜମିଥିଲା । ଗାଁର ଗଉଁତିଆ ପରିବାର ଗ୍ରାମବାସୀଙ୍କୁ ନେଇ ପୁଷପୁନିକୁ ଧୁମଧାମରେ ପାଳନ କରିଛନ୍ତି । ଗାଁରେ ମୋଟ ୮୦ଟି ପରିବାର ରହୁଥିବା ବେଳେ ସମସ୍ତେ ଏହି ତିହାରକୁ ମିଳିତ ଭାବରେ ଆବାଳ ବୃଦ୍ଧବନିତା ପାଳନ କରୁଛନ୍ତି । ପୁଷପୁନି ଏକ କୃଷିଭିତ୍ତିକ ପର୍ବ । ଗ୍ରାମର ପ୍ରାୟଲୋକ କୃଷିଜୀବୀ ଅଛନ୍ତି । ଏହି ଗାଁରେ ପୂର୍ବରୁ କୃଷକନେତା ସ୍ୱର୍ଗତ ଡ.ସୁଧିରକୁମାର ପରିଚ୍ଛା ଗ୍ରାମବାସୀଙ୍କୁ ସମ୍ମିଳିତ କରି ପୁଷପୁନିକୁ ଧୂମଧାମରେ ପାଳନ କରୁଥିଲେ । ଗତବର୍ଷ ତାଙ୍କର ଦେହାନ୍ତ ହୋଇଗଲା ପରେ ତାଙ୍କ ସାନଭାଇ ସୌମେନ୍ଦ୍ର ପରିଚ୍ଛା(ଚଗଲା)ଙ୍କ ନେତୃତ୍ୱରେ ଏବର୍ଷ ପୁଷପୁନି ପାଳିତ ହୋଇଛି । ପୁଷପୁନି ଦିନ

ପଶ୍ଚିମଓଡିଶାର ଘରେ ଘରେ ପିଠାମଣ୍ଡା କରାଯାଇ ଏହି ପର୍ବକୁ ପାଳନ କରାଯାଇଥାଏ । କିନ୍ତୁ ଜନକପୁର ଗାଁରେ ଗାଁର ମହିଳାମାନେ ଗତକାଲିଠୁ ମିଳିତ ଭାବରେ ଚାଉଳରେ ଚୁନାକରି ତାକୁ ପୁରଦେଇ ମଣ୍ଡା ତିଆରି କରିଥିଲେ । ଆଜି ଠିକ ୧୧ଟା ବେଳେ ଗ୍ରାମର କଳାକାରମାନେ ଢୋଲ,ନିସାନ,ତାସା ଧରି ବାଦ୍ୟବଜାଇ ଛେରଛେରା ମାଗିଥିଲେ । ସେମାନେ ଗ୍ରାମର ପ୍ରତ୍ୟେକଘରକୁ ପହଞ୍ଚି ଛେରଛେରା ମାଗିଥିଲେ । ଗ୍ରାମବାସୀ ଖୁସିରେ ତାଙ୍କୁ ମଣ୍ଡା,ପିଠା,ଚାଉଳ,ଟଙ୍କା ଦେଉଥିଲେ । ଗ୍ରାମୀଣ ସଂସ୍କୃତିକୁ ଆଜି ମଧ୍ୟ ଏହି ଗାଁ ବଞ୍ଚାଇ ରଖିଛି । ଏହି ତିହାର ଆମକୁ ଏକତ୍ରୀତ କରୁଛି ଓ ସମସ୍ତେ ସମସ୍ତଙ୍କ ସୁଖଦୁଃଖରେ ସହଭାଗୀ ହୋଇପାରୁଛୁ ବୋଲି ଆୟୋଜକ ସୌମେନ୍ଦ୍ର ପରିଚ୍ଛା(ଚଗଲା) କହିଛନ୍ତି । କେବଳ ପୁଷପୁନି ନୁହେଁ ଗାଁରେ ନୁଆଖାଇ,ଛାଡଖାଇ,କାଦୋଯାତ୍ରା ଇତ୍ୟାଦିରେ ମଧ୍ୟ ଗ୍ରାମବାସୀ ମିଳିତ ଭାବରେ ପାଳନ କରୁଛନ୍ତି । ଆଜି ଗ୍ରାମର ମହିଳାମାନେ ପର୍ଲାରେ ମଣ୍ଡାପିଠା ବୋହି ଭୋଜିସ୍ଥଳକୁ ଆଣିଥିଲେ । ପ୍ରଥମେ ମହିଳା ଓ ଶିଶୁମାନେ ଭୋଜିରେ ବସିଥିଲେ । ସେମାନେ ଖାଇସାରିଲା ପରେ ପୁରୁଷମାନେ ଖାଇଥିଲେ । ମୋଟ ୪୦୦ ଲୋକରୁ ଅଧିକ ଏଠାରେ ସମ୍ମିଳିତ ହୋଇଥିଲେ । ମହିଳାଙ୍କୁ ଏଠାରେ ପ୍ରାଧାନ୍ୟ ମିଳୁଥିବା ଲକ୍ଷ୍ୟ କରାଯାଇଥିଲା । ସବୁଧର୍ମ,ସବୁଜାତି ମିଳିତ ଭାବରେ ଭୋଜି ଖାଇଥିଲେ । ଭୋଜିରେ ଖାସିମାଂସ,ମାଛଭଜା,ଭାତ,ଡାଲି,ଟମାଟୋ ଖଟାରେ ଆପ୍ୟାୟିତ କରାଯାଇଥିଲା । ଗାଁର ସମସ୍ତେ ଉତ୍ସାହର ସହିତ ପର୍ବଟିକୁ ପାଳନ କରିଥିଲେ । ଗ୍ରାମମାନଙ୍କରେ ଲୋକଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହୁଥିବା ବେଳେ ଏହି ଗାଁ ସେହି ସବୁ ସମସ୍ୟାରୁ ଦୂରେଇ ରହି ଏକ ଭାତୃତ୍ୱଭାବ ପ୍ରଦର୍ଶନ କରି ଏକ ଉଦାହରଣ ପାଲଟିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026

You Might Also Like