-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||     

HOME   ଜିଲ୍ଲା

ସମ୍ବଲପୁର ପରିକ୍ରମା କଲା ହକି ବିଶ୍ବକପ୍‌ ଟ୍ରଫି I

05-Jan-2023



ସମ୍ବଲପୁର (ସଂଜୀବ ପାଣିଗ୍ରାହୀ)
 ଭୁବନେଶ୍ବର ଓ ରାଉରକେଲା ସହରରେ ଆସନ୍ତା ୧୩ ତାରିଖ ଠାରୁ ହକି ବିଶ୍ବକପ୍‌ ଆରମ୍ଭ ହେବ । ଏହି ଅବସରରେ ହକି ବିଶ୍ବକପ୍‌ ଟ୍ରଫି ସବୁ ଜିଲ୍ଲା ଭ୍ରମଣ କରୁଛି। ମଙ୍ଗଳବାର ଏହି ଟ୍ରଫି ସମ୍ବଲପୁର ବୁର୍ଲା ପହଞ୍ଚିଥିବା ବେଳେ ବୁଧବାର ସମ୍ବଲପୁର ସହରରେ ଏହାକୁ ଭବ୍ୟ ସ୍ବାଗତ କରାଯାଇଛି। ବୁଧବାର ସକାଳ ସାଢ଼େ ୭ଟାରେ ମନ୍ଦଲିଆ ପଡ଼ିଆରେ ସହସ୍ରାଧିକ ସହରବାସୀ ଉପସ୍ଥିତ ରହି ବିଶ୍ବକପ୍‌ ଟ୍ରଫିକୁ ସ୍ବାଗତ କରିଥିଲେ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସମେତ ଏସ୍‌ପି ବି. ଗଙ୍ଗାଧର, ଏସ୍‌ଏମ୍‌ସି କମିସନର୍‌ ପ୍ରଦୀପ ସାହୁ, ଆରଟିଓ ରାମଦାସ ଟୁଡୁ, ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଦିଲ୍ଲୀପ ବଳ ପ୍ରମୁଖ ଉପସ୍ଥିତ ରହି ବିଶ୍ବକପ୍‌ ଟ୍ରଫିକୁ ସ୍ବାଗତ କରିଥିଲେ। ମନ୍ଦଲିଆରୁ ୪ସି ପଡ଼ିଆ ପର୍ଯ୍ୟନ୍ତ ମିନି ମାରାଥନ୍‌ ଆରମ୍ଭ ହୋଇଥିଲା। ୭ଟା ୪୦ରେ ଜିଲ୍ଲାପାଳ ଓ ଏସ୍‌ପି ପତାକା ଦେଖାଇ ମାରାଥନ୍‌ର ଶୁଭାରମ୍ଭ କରିଥିଲେ। ପ୍ରଥମେ ପୁରୁଷ ଓ ତାପରେ ମହିଳାଙ୍କୁ ସବୁଜ ପତାକା ଦେଖାଇ ମାରାଥନ୍‌ ଶୁଭାରମ୍ଭ କରାଯାଇଥିଲା। ପୁରୁଷ ବର୍ଗରେ ଆକାଶ ମିର୍ଦ୍ଧା ବିଜେତା ହୋଇଥିବା ବେଳେ ଆନସେଲେନ୍‌ ଲୁଗୁନ ପ୍ରଥମ ରନର୍ସଅପ୍‌ ଓ ରୋସନ ବେହେରା ଦ୍ବିତୀୟ ରନର୍ସଅପ୍‌ ହୋଇଥିଲେ। ସୁମନ୍ତ ମିର୍ଦ୍ଧା, ପଵନ ଯାଦବ ଓ ସମିତ ମିର୍ଦ୍ଧା ସାନ୍ତ୍ବନା ମୂଳକ ପୁରସ୍କାର ପାଇଥିଲେ। ସେଭଳି ମହିଳା ବର୍ଗରେ ଅମ୍ବିକା ଡିଲା ବିଜେତା ହୋଇଥିବା ବେଳେ ସୋନିଆ କୁଜୁର ଓ ସାଇନା ପରବିନ୍‌ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ରନର୍ସଅପ୍‌ ହୋଇଥିଲେ। ରିନ୍‌ଶା ଯାଦବ, ନିତୁ କେଵତ ଓ ଜାନକୀ ଓରାମ ସାନ୍ତ୍ବନା ମୂଳକ ପୁରସ୍କାର ପାଇଥିଲେ। ପୁରଷ ବିଜେତାଙ୍କ ମଧ୍ୟରୁ ୫ ଜଣ (ଆନ୍‌ସେଲେନ୍‌ଙ୍କ ବ୍ୟତୀତ) ଓ ମହିଳା ବିଜେତାଙ୍କ ମଧ୍ୟରୁ ସାଇନା ପରବିନ୍ ଏବଂ ନିତୁ କେୱତ ସମ୍ବଲପୁର ଆଥ୍‌ଲେଟିକ୍‌ କ୍ଲବ୍‌ର ସଦସ୍ୟ ହୋଇଥିବାରୁ ଏହାର ପ୍ରତିଷ୍ଠାତା ସୁନ୍ଦରମଣି ବାରିକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନ୍ୟପକ୍ଷରେ ମନ୍ଦଲିଆ ପଡ଼ିଆରୁ ହକି ବିଶ୍ବକପ୍‌ ଟ୍ରଫି ମା’ ସମଲେଶ୍ବରୀଙ୍କ ମନ୍ଦିରକୁ ଆସିଥିଲା। ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ଟ୍ରଫିକୁ ସ୍ବାଗତ କରିଥିଲେ। ମା’ ସମଲେଶ୍ବରୀଙ୍କ ମନ୍ଦିର ନିକଟରେ ଟ୍ରଫିକୁ ପୂଜାର୍ଚ୍ଚନା କରାଯାଇଥିଲା। ମା’ ସମଲେଶ୍ବରୀଙ୍କ ମନ୍ଦିରରୁ ଟ୍ରଫି କମିସନର୍‌ କଲୋନି ପଡ଼ିଆକୁ ଆସିଥିଲା। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସେଠାରେ ଏକ ହକି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ମାରାଥନ୍‌ ବିଜେତାଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ପଡ଼ିଆରେ ଏକ ଦସ୍ତଖତ ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଶ୍ବକପ୍‌ ଟ୍ରଫି ସହ ଫଟୋ ଉଠାଇବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା।ହକି ବିଶ୍ବ କପ୍‌ ଟ୍ରଫିର ସମ୍ବଲପୁର ପରିକ୍ରମା ସମୟରେ ଜିଲ୍ଲାର ଦୁଇ ପ୍ରତିଭାବାନ ହକି ଖେଳାଳି ରଜତ ମିଞ୍ଜ ଓ ସୁନିତା ଲୁଗୁନ୍‌ଙ୍କୁ କମିସନର୍‌ ‌କଲୋନି ପଡ଼ିଆଠାରେ ମଞ୍ଚକୁ ଡକା ଯାଇଥିଲା। ସମ୍ବଲପୁର ଜିଲ୍ଲାର ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ରଜତ ମିଞ୍ଜ ବର୍ତ୍ତମାନ ଦିଲ୍ଲୀଠାରେ ସାଇର ଜାତୀୟ ତାଲିମ ଶିବିରରେ ଅଛନ୍ତି ଓ ନିକଟରେ ଦାଦନରୁ ଫେରି ଅଧିନାୟିକା ପାଲଟିଥିବା ସୁନିତା ଲୁଗୁନ ଜାତୀୟସ୍ତରର ହକି ଖେଳିଥିଲେ ବୋଲି ସହିଦ ମାଧୋ ସିଂହ ହକି ଏକାଡେମିର ସଂପାଦକ ଲକ୍ଷ୍ମୀଧର ମହାନ୍ତି ପରିଚିତ କରାଇଥିଲେ। କମିସନର୍‌ କଲୋନି ପଡ଼ିଆରୁ ଡ. ପ୍ରଦୋଷ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ଏକ ସାଇକେଲ୍‌ ରାଲି ସହ ବିଶ୍ବକପ୍‌ ଟ୍ରଫି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ (ଜିଏମ୍‌ୟୁ)ରେ ଦିନ ୧୦ଟା ୨୫ରେ ପହଞ୍ଚିଥିଲା। ଏହାପରେ ଜିଏମ୍‌ୟୁରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଜିଏମ୍‌ୟୁର କୁଳପତି ପ୍ର. ଏନ୍‌ ନାଗରାଜୁ, କୁଳସଚିବ ଯୁଗଳେଶ୍ବରୀ ଦାଶ, ଉପ କୁଳସଚିବ ଡ. ଉମାଚରଣ ପତିଙ୍କ ସମେତ ସହସ୍ରାଧିକ ଛାତ୍ରଛାତ୍ରୀ ୨ଟି ଲମ୍ବା ଧାଡ଼ିରେ ବିଶ୍ବକପ୍‌ ଟ୍ରଫିକୁ ସ୍ବାଗତ କରିଥିଲେ। ଏହି ଅବସରରେ ଜିଏମ୍‌ୟୁ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତା’ପରେ ବିଶ୍ବକପ୍‌ ଟ୍ରଫି ରମ୍ପେଲାକୁ ଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026

You Might Also Like