-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
04-Jan-2023
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡା ହାଇ ସ୍କୁଲ ପଡିଆ ଠାରେ ରେଗଡା ସରପଞ୍ଚ ଦୀପ୍ତିରାଣୀ ସାହୁ ଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଉପଜିଲ୍ଲାପାଳ ଡଃ ବିଶ୍ବଜିତ ଦାଶ ,ସମ୍ମାନିତ ଅତିଥି ବ୍ଲକ ଅଧକ୍ଷ୍ୟା କୁନି ସାହୁ,କର୍ଲାମୁଣ୍ଡା ତହସିଲଦାର ମିଲନ କୁମାର ଝାଙ୍କର ,ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ସହଦେବ ସୁନା,ଖ‘ଯୋନ ଜିଲ୍ଲାପରିଷଦ ସଭ୍ୟ ସୁରେଶଚୌଧୁରୀ,ସମିତି ସଭ୍ୟ ଗେଲ କମ୍ଫ ,ମ ରାମପୁର ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ,ଡଃ ବିଜୟ କମ୍ଫ ,ମୁଖ୍ୟବକ୍ତା ଭାବେ ପଦ୍ମ ଲୋଚନ ମିଶ୍ର ଯୋଗ ଦେଇ କଳାହାଣ୍ଡିର କଳା ସଂସ୍କୃତି ଓ ପରମ୍ପରା କୁ ଲୋକ ଲୋଚନ କୁ ଆଣିବାର ଏଭଳି ପ୍ରୟାସ ରେ ଜନସାଧାରଣ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ତେବେ ନିଆରା ଢଙ୍ଗରେ ପରିବେଶ ଓ ସ୍ବଚ୍ଛତା ନେଇ ବୃକ୍ଷ ରୋପଣ କରିବା କୁ ରେଗେଡା ସରପଞ୍ଚ ସମସ୍ତ ଙ୍କୁ ଅନୁରୋଧ କରିବା ସହ ବୃକ୍ଷ ପ୍ରଦାନ କରିଥିଲେ।
ଏହି ଅବସରରେ ପୂର୍ବତନ ବ୍ଲକ ଅଧକ୍ଷ ଅରବିନ୍ଦ ଚୌଧୁରୀ,ପୂର୍ବତନ ସରପଞ୍ଚ ପବିତ୍ର ସାହୁ,ନିଲାମ୍ବର ବେହେରା, ସୁଶାନ୍ତ ପରିଡା,ସୁରେସ ଚୌଧୁରୀ,ହିରାମଣୀ ସାହୁ,ନିଶାମଣୀ ସାହୁ,ଅବସର ପ୍ରାପ୍ତ ଶିକ୍ଷକ ଗୌରାଙ୍ଗ କମ୍ଫ ପ୍ରମୁଖ ଙ୍କୁ ସମ୍ମାନିତ ସମ୍ମାନିତ କରାଯାଇଥିଲା ।ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀ ଛାତ୍ର ଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଅଧ୍ୟାପକ ପ୍ରଶାନ୍ତ ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ପିଇଓ ବିଜୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମରୋଜଗାର ସେବକ ଛାୟାକାନ୍ତ ସାହୁ,ଶିକ୍ଷକ ଇଶ୍ୱର ମହାକୁର,ନାଏବ ସରପଞ୍ଚ ସନ୍ଧ୍ୟା ବାଗ, ସିଆରସିସି ସଞ୍ଜୟ କୁମାର ଦାସ ଙ୍କ ସମେତ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ,ୱାର୍ଡ ମେମ୍ବର,ଗ୍ରାମବାସୀ ସହଯୋଗ କରିଥିଲେ। ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା।